ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନରେମଣ୍ଡିରୁ ଧାନ ନଉଠିବା, ମାହାଙ୍ଗା କ୍ୱାଡ୍ରପଲ ମର୍ଡର ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ସୀମା ବିବାଦ, ପିଏମ ଆବାସ ଘୋଟାଲାମୁଖ୍ୟ ପ୍ରସଙ୍ଗ ହେବ । ଏହା ସହ ରାଜ୍ୟରେ ମହିଳା ସୁରକ୍ଷା, ବେରୋଜଗାର, ଖଣି ଦୁର୍ନୀତି, କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ଲାଗୁ ନକରିବା, ପାନୀୟ ଜଳଅଭାବଆଦି ବିଭିନ୍ନ ପ୍ରସଙ୍ଗଉପରେ ବିଧାନସଭା ଗୃହରେ ଆଲୋଚନା ହେବ ବୋଲି ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତି ହୋଇଛି ।
ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସଂପର୍କରେ ଆଲୋଚନା ହୋଇଥିଲା । ଚଳିତ ବିଧାନସଭା ଅଧିବେଶନରେ ବିଜେପି ରାଜ୍ୟର ବିଭିନ୍ନ ସମସ୍ୟା ଉଠାଇବା ସହ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଉପରେ ସରକାରଙ୍କୁ ପ୍ରଶ୍ନ କରିବ । ୨୦ ବର୍ଷ ଶାସନ ପରେ ବି ରାଜ୍ୟସରକାର ସୀମା ବିବାଦର ସମାଧାନ କରିପାରିଲେ ନାହିଁ ।ବର୍ଷ ବର୍ଷ ଧରି ରାଜ୍ୟ-ରାଜ୍ୟ ଭିତରେ ସୀମା ବିବାଦଲାଗି ରହିଛି । ସୀମାନ୍ତବର୍ତୀ ଗ୍ରାମ ଗୁଡିକରେ ଓଡିଶା ସରକାର ବିକାଶମୂଳକ କାର୍ଯ୍ୟ ପହଁଚାଇବା ପାଇଁ ରାଜ୍ୟ ସରକାର ବିଫଳ ହୋଇଛନ୍ତି ।ଗତ ୧୩ ତାରିଖରୁ ପଡୋଶୀ ଆନ୍ଧ୍ର ପଂଚାୟତ ନିର୍ବାଚନ କରିବା ପରେ ବି ରାଜ୍ୟ ସରକାର ଏହା ଜାଣିପାରିଲେନାହିଁ । ରାଜ୍ୟ ସରକାରଙ୍କ ଟୋକନ ଓ ଟାର୍ଗେଟ୍ ବ୍ୟବସ୍ଥା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ହଜାର ହଜାର କ୍ୱିଂଟାଲ ଧାନ ପଡିରହୁଛି । ଚାଷୀ ଧାନ ଅମଳ କରି ବିକିବାକୁ ବସିଥିବା ବେଳେ କେଉଁଠି ମଣ୍ଡି ନାହିଁ, ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଛି । କେନ୍ଦ୍ରୀୟ ଯୋଜନାର ଅର୍ଥକୁ ଦଳୀୟ ଆଧାରରେ ଶାସକ ବିଜେଡିର ନେତା ଓ କର୍ମୀମାନଙ୍କୁ ବଂଟନ କରାଯାଉଛି । ସେହିପରି ଊଗୠ ଏବଂ ଙଗଈଇଊଉ ଫଣ୍ଡର ୧୫ ହଜାର କୋଟି ଏବଂ କାମ୍ପା ଫଣ୍ଡରେ କୋଟି କୋଟି ଟଙ୍କାଅର୍ଥକୁ ହରିଲୁଟ୍ କରାଯାଇଛି । କରୋନା ମୁକାବିଲା ପାଇଁ ଆସିଥିବା କେନ୍ଦ୍ରୀୟ ଅର୍ଥକୁ ରାଜ୍ୟ ସରକାର ହଡପ କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଆସିଥିବା ଚାଉଳ ଡାଲି ବଂଟନରେ ବ୍ୟାପକଦୁର୍ନୀତି ଓଅନିୟମିତତା ହେବା ଆଦି ପ୍ରସଙ୍ଗକୁ ଗୃହରେ ଉଠାଯିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀକହିଛନ୍ତି ।
ଏହି ବିଧାୟକ ଦଳ ବୈଠକରେ ରାଜ୍ୟସଭାପତି ସମୀର ମହାନ୍ତି, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଜୟନାରାୟଣମିଶ୍ର,ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସଧାରଣ ସଂପାଦକ ଗୋଲକ ମହାପାତ୍ରଓ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ଦଳର ସମସ୍ତ ବିଧାୟକ ଓ ବିଧାୟିକା ପ୍ରମୁଖ ଉପସ୍ଥିତ ଥିଲେ ।