ଏ ସରକାର ହେଉଛନ୍ତି ମିଛ ପ୍ରବଞ୍ଚନାର ସରକାର...
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ ରାଉରକେଲାରେ ଦେଶର ସବୁଠୁ ବଡ ଅତ୍ୟାଧୁନିକ ହକି ଷ୍ଟାଡିୟମର ଭିତ୍ତିସ୍ଥାପନ କରିଛନ୍ତି। ତେବେ ଏହାକୁ ନେଇ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ତାଙ୍କ ଉପରେ ବର୍ଷିଛନ୍ତି। ଏ ନେଇ ସେ ଟ୍ଵିଟ କରିଛନ୍ତି ।
ଲେଖାଶ୍ରୀ କହିଛନ୍ତି ଯେ, ଘୋଷଣା କରିବାପାଇଁ ପଇସା ଲାଗେନାହିଁ କି ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ପଇସା ପଡେନି। ହେଲେ ଏହାକୁ କାର୍ଯ୍ୟକାରୀ କରିବାପାଇଁ ଅର୍ଥ ସହ ଦୃଢ଼ ଇଚ୍ଛାଶକ୍ତି ଆବଶ୍ୟକ ଯାହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ନାହିଁ। ୨୧ ବର୍ଷ ଭିତରେ ଏମିତି ହଜ଼ାର ହଜ଼ାର ଭିତ୍ତିପ୍ରସ୍ତର ଓଡ଼ିଶା ଯାକ ଗଡ଼ି ବୁଲୁଛି, କାର୍ଯ୍ୟକାରୀ ହୋଇପାରିଲାନି ବୋଲି ସେ କହିଛନ୍ତି।