ଭୁବନେଶ୍ୱର: ଲୋକଙ୍କୁ ଭୂଆଁ ବୁଲାଇବାକୁ ଅଭୟଙ୍କ ଧୂଆଁବାଣ । ସାଂଘାତିକ ଅଭିଯୋଗ ଆଣିଲେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । 5 ବର୍ଷ ହେଲା ଯାହା କଲେନି ତାହା ଲୋକଙ୍କ ଚାପରେ 7ଦିନ ମଧ୍ୟରେ କରୁଛନ୍ତି ଡିଜିପି । ଏଭଳି ଟ୍ୱିଟ କରି ସମାଲୋଚନା କରିଛନ୍ତି ଲେଖାଶ୍ରୀ । ବାବୁ 7ଦିନରେ ସବୁ ନିଖୋଜ 27ହଜାର ଶିଶୁକୁ ଖୋଜି ଦେଇଛନ୍ତି ।
.@DGPOdisha ସାହେବ କହିବା ୭ଦିନ ଭିତରେ ସବୁ ନିଖୋଜ ୨୭୦୦୦ ପିଲାଙ୍କୁ ଖୋଜିଆଣି ଦେବେ ଏ କେବଳ ପରୀ ହତ୍ୟା ଓ ଅରୁଣ ସାହୁଙ୍କ ଉପରୁ ନଜର ହଟେଇବା ପାଇଁ @bjd_odisha ସରକାର ର ଏକ ପ୍ରଚେଷ୍ଟା। କେବଳ CBI ତଦନ୍ତ ଓ ଅରୁଣ ସାହୁଙ୍କ ବହିଷ୍କାର ପରୀକୁ ନ୍ୟାୟ ଦେଇ ପାରିବ। — Lekha Samantsinghar (@DrLekhaShree) January 8, 2021
ଯଦି ଓଡ଼ିଶା ପୋଲିସ ଏତେ ପାରିବାର ତାହା ହେଲେ ନିଶ୍ଚୟ ଜାଣିଛନ୍ତି କିଏ ଏହି ରାକେଟ ପଛରେ ଅଛି । ଡିଜିପିଙ୍କ କହିବା କଥା ଗୋଟିଏ ଦିନରେ 27ହଜାର ନିଖୋଜ ଶିଶୁଙ୍କୁ ଖୋଜିଦେବେ । ଏହା କେବଳ ପରୀ ହତ୍ୟା ଓ ଅରୁଣ ସାହୁଙ୍କ ନଜର ହଟେଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ । କେବଳ ସିବିଆଇ ତଦନ୍ତ ଓ ଅରୁଣ ସାହୁକୁ ବହିଷ୍କାର ପରୀକୁ ନ୍ୟାୟ ଦେଇପାରିବ ।