ପୁଣି ତେଜିଲା ଚିଟ୍ ଫଣ୍ଡ ତାତି
ଇସ୍ତଫା ଦେଲେ ନୀତିଶ କୁମାର

ଅର୍ଗସ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପରିଣାମ ଆସିବା ପରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମହାମେଣ୍ଟ ନୂତନ ସରକାର ଗଠନ କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି। ତେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିବା ପର୍ଯ୍ୟନ୍ତ ସେ କାର୍ଯ୍ୟବାହକ ମୁଖ୍ୟମନ୍ତ୍ରୀ ରହିବେ। ଏତଦ୍ ବ୍ୟତୀତ ନୀତିଶ ରାଜ୍ୟପାଳଙ୍କ ନିକଟରେ ବିଧାନସଭା ଭଙ୍ଗ କରିବାକୁ ସୁପାରିଶ କରିଛନ୍ତି। ରାଜ୍ୟପାଳ ଫଗୁ ଚୌହ୍ଵାନ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ତାଙ୍କ ମନ୍ତ୍ରୀପରିଷଦର ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି।
Download Argus News App
