ଭୁବନେଶ୍ବରରେ ଏକ କଲୋନୀରେ କାର ଦୁର୍ଘଟଣା
ଭୁବନେଶ୍ୱର: ଆସନ୍ତାକାଲି ଦିନ ୧୦.୩୦ ଯାଏଁ ଗୃହ ମୁଲତବୀ । ଆଜି ରାଜ୍ୟ ବଜେଟ୍ ଅଧିବେଶନ ଆରମ୍ଭରୁ ଝଡ଼ ଦେଖିବାକୁ ମିଳିଛି । ପ୍ରଥମେ କଂଗ୍ରେସ କକ୍ଷ ତ୍ୟାଗ କରିବା ପରେ ବିଜେପି ମଧ୍ୟ ଏହାକୁ ସମର୍ଥନ କରି ଗୃହ ତ୍ୟାଗ କରିଥିଲା ।
ପ୍ରଥମ ଦିନରେ କୋଟିଆ ପ୍ରସଙ୍ଗ ସରଗରମ ହୋଇଛି । କୋଟିଆ ପ୍ରସଙ୍ଗକୁ ନେଇ ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଅଧିବେଶନ ଆରମ୍ଭରୁ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହରେ ଏଭଳି ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।
ପ୍ରଥମେ କୋଟିଆ, ଆଇନଶୃଙ୍ଖଳା, ମଣ୍ଡିକୁ ନେଇ କଂଗ୍ରେସ ସଦସ୍ୟ କକ୍ଷ ତ୍ୟାଗ କରିଥିବାବେଳେ ମଣ୍ଡି ସମସ୍ୟା, ଆଇନଶୃଙ୍ଖଳା ଓ କୋଟିଆ ପ୍ରସଙ୍ଗୁ ନେଇ ବିଜେପି ସଦସ୍ୟ ଗୃହ ତ୍ୟାଗ କରିଥିଲେ । ତେବେ ପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାବେଳେ ପୁଣି ବିରୋଧିମାନେ ହଟ୍ଟଗୋଳ କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାଣ ପାତ୍ର ଗୃହକୁ ଆସନ୍ତାକାଲି ଦିନ ୧୦.୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।