Big_Breaking: କ୍ଷିପ୍ର ହେଉଛି ମହାମାରୀ
ଭୁବନେଶ୍ୱର: ପ୍ରଶ୍ନକାଳରେ ଉଠିଲା ବାଲି ପ୍ରସଙ୍ଗ । ପ୍ରସଙ୍ଗକୁ ନେଇ ଗୃହରେ ସରଗରମ ଆଲୋଚନା । ଏହି ନିତି କାର୍ଯ୍ୟ କରିବା ପାଇଁ ବୈଠକ ବସିଥିଲା । ୨୦୧୮ ମସିହାରୁ ଏଯାଏଁ କୈଣସି ତର୍ଜମା ହୋଇନାହିଁ । ତେଣୁ ବାଲି ଚୋରି ହେଉଥିବା ଅଭିଯୋଗ କଲେ ବିଜେପି ବିଧାୟକ ମୋହନ ମାଝି । ବାଲି ବାବଦରେ ୧୫ଶହ କୋଟି ରାଜସ୍ବ ପାଉଛନ୍ତି ।
ଚୋରି ହେଉଥିବାରୁ ୪ରୁ ୫ ହଜାର କୋଟି ରାଜସ୍ବ ହରାଉଛି ରାଜ୍ୟ । ସେପଟେ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରେ ରଖିଲେ ବିଭାଗୀୟ ମନ୍ତ୍ରୀ । କହିଲେ ବାଲିନିତିକୁ ନେଇ ତର୍ଜମା ଚାଲିଛି ।
ରାଜ୍ୟର ବାର୍ଷିକ ଚାହିଦା ସ୍ତିର ହୋଇନାହିଁ । ଏଯାବତ ବିଦେଶକୁ ବାଲି ଚାଲାଣ ହେଉନାହିଁ । କେବଳ ଦୁଇ ତିନିଟି ରାଜ୍ୟକୁ ଦିଆଯାଉଛି । ବାଲିର ମୁଲ୍ୟ ନିର୍ଦାରଣ କରାଯାଇନି ।ଘାଟ ନିଲାମ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି ।