ନୂଆଦିଲ୍ଲୀ: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଲାଗିଲା ଜୋର କା ଝଟ୍କା । 2019 ଲୋକସଭା ନିର୍ବାଚନ ଲଢିପାରିବେନି ହାର୍ଦ୍ଦିକ । ମହସାଣା ବିଧାୟକଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ମାମଲାରେ ହାର୍ଦ୍ଦିକଙ୍କୁ ମିଳିଥିବା ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି ଗୁଜୁରାଟ ହାଇକୋର୍ଟ । ଏନେଇ ହାର୍ଦ୍ଦିକ ଆଉ ନିର୍ବାଚନ ଲଢି ପାରିବେନି ବୋଲି ଅନୁମାନ ଲଗାଯାଉଛି । ତେବେ ହାର୍ଦ୍ଦିକ ଜାମନଗର ମଣ୍ଡଳୀରୁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଥିଲେ ।
କଥିତ ମାମଲାରେ ହାର୍ଦ୍ଦିକ ପଟେଲଙ୍କୁ 2 ବର୍ଷ ଦଣ୍ଡ ବିଧାନ ହୋଇଥିଲା । ଏନେଇ ନିର୍ବାଚନ ଲଢିବା ପାଇଁ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ହାର୍ଦ୍ଦିକ ଗୁଜୁରାଟ୍ ହାଇକୋର୍ଟରେ ଯାଚିକା କରିଥିଲେ । ତେବେ ହାଇକୋର୍ଟ କିନ୍ତୁ ଦଣ୍ଡ ବିଧାନ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହାର୍ଦ୍ଦିକଙ୍କ ନିର୍ବାଚନ ଲଢିବା ଉପରେ ରୋକ୍ ଲାଗିଛି ।
ସୂଚନା ଯେ, ହାର୍ଦ୍ଦିକ ପଟେଲ ବିଜେପି ବିଧାୟକ ଋଷିକେଶ ପଟେଲଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ମାମଲାରେ ବିସନଗର କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ଏନେଇ କୋର୍ଟ ହାର୍ଦ୍ଦିକଙ୍କୁ ଦୁଇ ବର୍ଷ ଦଣ୍ଡ ବିଧାନ କରିଛନ୍ତି । ତେବେ ହାର୍ଦ୍ଦିକଙ୍କ ନିକଟରେ ଏବେ ସୁପ୍ରିମକୋର୍ଟଙ୍କ ବିକଳ୍ପ ବାକି ଅଛି ।
