ଭୁବନେଶ୍ୱର: ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକଙ୍କ କଡା ଚିଠି । ପ୍ରଦିପ୍ତ ନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କୋଟିଆ ଓଡିଶାର ଥିଲା ରହିଛି ରହିବ । ୧୯୩୬ ମସିହାରେ ଓଡିଶା ପ୍ରଦେଶ ଗଠନଚା ବେଳେ ବ୍ରିଟିଶ ଭାରତ ସରକାରଙ୍କର ଗେଜେଟ ନୋଟିଫିକେସନ ଅନୁସାରେ କୋଟିଆ ଓଡିଶାର ଅଂଶ ।
କୋଟିଆକୁ ଯେତେ ଚେଷ୍ଟା କରିଲେ ବି ଆନ୍ଧ୍ର ନେଇପାରିବ ନାହିଁ । ଯେଉଁଭଳି ଭାବରେ ଆନ୍ଧ୍ର ପ୍ରଦେଶ ସରକାର ଓଡିଶାର ସୀମାବର୍ତୀ କିଛି ଗାଁରେ ଅନୈତିକଚା ଓ ବେଆଇନ ଭାବରେ ଭୋଟ କରିବା ପାଇଁ ପ୍ରୟାସ କରିଲେ ତାହା ଗ୍ରହଣୀୟ ନୁହେଁ ।
ଏହାର ଦେଶର ଆଦର୍ଶ ସଙ୍ଘିୟ ବ୍ୟବସ୍ଥା, ସମ୍ବିଧାନର ମୁଳ ଭାବନାକୁ ବିରୋଧ କରୁଛି । ଏପରିକି ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଯେଉଁ ରାୟ ଦେଇଥିଲା ତାହାକୁ ବି ଆନ୍ଧ୍ର ସରକାର ମାନୁନାହାନ୍ତି । ଓଡିଶା ଓ ଆନ୍ଧ୍ର ପ୍ରଦେଶ ଭିତରେ ଥିବା ସାଂସ୍କୃତିକ ସର୍ମ୍ପକ ହଜାର ହଜାର ବର୍ଷର । ଉଭୟ ସୀମାରେ ରହୁଥିବା ଲୋକମାନଙ୍କ ଭିତରେ କାହିଁ କେଉଁ କାଳରୁ ପାରିବାରିକ ଏବଂ ସାଂସ୍କୃତିକ ସର୍ମ୍ଫକ ରହିଆସିଛି ।
ହେଲେ ଆନ୍ଧ୍ର ସରକାରଙ୍କ କାର୍ଯ୍ୟକଳାପ ଦୁଇ ସୀମାର ଲୋକମାନଙ୍କର ଭିତରେ ସୁସର୍ମ୍ପକକୁ ନଷ୍ଟ କରୁଛି । ବିଜୟାନଗରମ, ଭିଶାକାପଟନମ ଓ ଶ୍ରିକାକୁଲମ ଜିଲ୍ଲା ପ୍ରଶାସନକୁ ଏପରି ବେଆଇନଚା ସୀମା ଦଖଲ କାର୍ଯ୍ୟକଳାପ, ତଥା ଲୋକମାନଙ୍କୁ ପ୍ରଲୋଭନ କରି ଭୋଟ କରାଇବା ଆଦି କାମରୁ ବିରତ ରହିବା ପାଇଁ ନିର୍ଦ୍ଧେଶ ଦେବା ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଲେ ।