ପ୍ରଧାନମନ୍ତ୍ରୀ ମୋଦୀ ସୈନିକମାନଙ୍କୁ ଶପଥ ପାଠ କରିଥିଲେ
ପ୍ରଧାନମନ୍ତ୍ରୀ ଏକତା ଦିବସ ପରେଡରେ ଦେଶର ପ୍ରତିରକ୍ଷା ପାଇଁ ଶପଥ ଗ୍ରହଣ କରିଛନ୍ତି ଏଥିସହିତ ସୈନିକମାନଙ୍କୁ ମଧ୍ୟ ସପଥ ଗ୍ରହଣ କରାଇଛନ୍ତି ।
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଗୁଜରାଟ ଗସ୍ତର ଦ୍ୱିତୀୟ ଦିନ । ସର୍ଦ୍ଦାର ଭାଲାଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପ୍ରଧାନମନ୍ତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବର୍ତ୍ତମାନ ଜାତୀୟ ଏକତା ଦିବସ ପରେଡରେ ଯୋଗ ଦେଇଛନ୍ତି ମୋଦି । ଏହା ପରେ ପ୍ରଧାନମନ୍ତ୍ରୀ ସିପ୍ଲେନ ସେବା (ସାବରମତି ରିଭରଫ୍ରଣ୍ଟରୁ କେଭାଡିଆ ପର୍ଯ୍ୟନ୍ତ) ଉଦଘାଟନ କରିବେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ସିଭିଲ ସର୍ଭିସେସ୍ ପ୍ରୋବେସନର୍ସଙ୍କୁ ମଧ୍ୟ ସମ୍ବୋଧିତ କରିବେ। ଏହା ସହିତ ଜଡିତ
ପ୍ରଧାନମନ୍ତ୍ରୀ ମୋଦୀ ସୈନିକମାନଙ୍କୁ ଶପଥ ପାଠ କରିଥିଲେ
ପ୍ରଧାନମନ୍ତ୍ରୀ ଏକତା ଦିବସ ପରେଡରେ ଦେଶର ପ୍ରତିରକ୍ଷା ପାଇଁ ଶପଥ ଗ୍ରହଣ କରିଛନ୍ତି ଏଥିସହିତ ସୈନିକମାନଙ୍କୁ ମଧ୍ୟ ସପଥ ଗ୍ରହଣ କରାଇଛନ୍ତି ।
ପୁରୀ: ଆଜି ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ 5 ଟା ଠାରୁ ରାତି 10 ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଦଇତାପତି ସେବାୟତଙ୍କ ଏହା ଗୋଷ୍ଠୀଗତ ସେବା ହୋଇଥିବା ବେଳେ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ଵାର ବନ୍ଦ ରହିବ। ଓ ଦଇତାପତି ସେବାୟତ ମାନେ ତିନି ଭାଗରେ ବିଭକ୍ତ ହୋଇ ରତ୍ନସିଂହାସନ ଉପରେ ଚଢି ମହାପ୍ରଭୁଙ୍କ ଏହି ଗୁପ୍ତ ସେବା କରିଥାନ୍ତି ।
ଦ୍ଵିପହର ଧୂପ ସରିବାପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ପଇତାଲାଗି କରିବେ। ପ୍ରାୟ ୫ ଘଣ୍ଟା ଧରି ଏହି ନୀତି ଚାଲିବା ଯୋଗୁଁ ସର୍ବସାଧାରଣଙ୍କର ଦର୍ଶନ ବନ୍ଦ ରହିବ। ଏହି ନୀତି ସମ୍ପୂର୍ଣ୍ଣ ହେବାପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବା ପରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ। ବର୍ଷକୁ ପ୍ରାୟ ଦୁଇଥର ଓ ଆବଶ୍ୟକ ପଡିଲେ ତିନିଥର ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: ଆଜି ଭାରତୀୟ ନୌସେନା ଦିବସ । ଶୌର୍ଯ୍ୟ ଓ ପରାକାଷ୍ଠା ଦେଖାଇବାର ଦିନ । ଏଥିପାଇଁ ମହାରାଷ୍ଟ୍ରର ସିନ୍ଧୁଦର୍ଗରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଯେଉଁଠି ନୌବୀର ମାନେ ନିଜର ପରାକାଷ୍ଠା ଦେଖାଇବେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜାଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପିଏମ୍ ।
ପ୍ରତିବର୍ଷ ଡିସେମ୍ବର ୪କୁ ନୌସେନା ଦିବସ ଭାବେ ପାଳନ କରାଯାଏ । ଆଜିର କାର୍ଯ୍ୟକ୍ରମରେ ନୌବୀରମାନେ ନିଜର ପରାକାଷ୍ଠା ଦେଖାଇବେ । ଏହାସହ ନୌସେନାର ଅନେକ ୱାର୍ ସିପ୍ ନିଜର ପରାକ୍ରମ ଦେଖାଇବେ । ଏହି ଅବସରରେ ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜାଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପିଏମ୍ । ପ୍ରତିବର୍ଷ ଡିସେମ୍ବର ୪କୁ ନୌସେନା ଦିବସ ଭାବେ ପାଳନ କରାଯାଏ । ଆଜିର କାର୍ଯ୍ୟକ୍ରମରେ ନୌବୀରମାନେ ନିଜର ପରାକାଷ୍ଠା ଦେଖାଇବେ । ଏହାସହ ନୌସେନାର ଅନେକ ୱାର୍ ସିପ୍ ନିଜର ପରାକ୍ରମ ଦେଖାଇବେ ।
ଅଧିକ ପଢନ୍ତୁ ଭାରତ ଖବର