ସିଆରପି ଛକ ମର୍ଡର ଘଟଣା, ମୃତ ବ୍ୟକ୍ତିଙ୍କ ମାଆଙ୍କ ପ୍ରତିକ୍ରିୟା...
ପୁରୀ: ଉପ ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା । ପିପିଲି ନୂଆଶାସନ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଆଗାମୀ 24 ତାରିଖରେ ହେବ ଉପନିର୍ବାଚନ । ଏହାକୁ ନେଇ ଗତକାଲି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ନେଇ ବିଜେଡିର ମହିଳା ସଭାନେତ୍ରୀ ମହିଳାମାନଙ୍କ ସହ ଆଲୋଚନା କରୁଥିଲେ ।
ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କୁ ଖୋଲା ବହି ଚି଼ହ୍ନରେ ଭୋଟ ଦେବାକୁ ବାଧ୍ୟ କରାଯିବା ହେତୁ ଚଉଦମାଣ ଗ୍ରାମରେ ଉତେଜନା ଦେଖାଯାଇଥିଲା । ଏହାକୁ ବିରୋଧ କରିବାରୁ କିଛି ମହିଳାଙ୍କୁ ମାଡ଼ ମରାଯାଇଥିବା ନେଇ ପିପିଲି ଥାନାରେ ଅଭିଯୋଗ ହୋଇଛି ।
ସେପଟେ ବିଜେଡି ମହିଳା ସଭାନେତ୍ରୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ନେଇ ପିପିଲି ଥାନାରେ ଅଭିଯୋଗ କରାଯାଇଥିବା ବେଳେ ଉଭୟ ପକ୍ଷର ମହିଳାଙ୍କୁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି । ଉଭୟ ପକ୍ଷର ତିନି ଜଣ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କରିଛନ୍ତି