ପଶ୍ଚିମବଙ୍ଗ/ଭୁବନେଶ୍ୱର: ଦେଶର ଅର୍ଥନୀତି ସମ୍ଭାଳୁଥିବା ପଶ୍ଚିମବଙ୍ଗରେ ଆଜି ଯୁବକମାନେ ରୋଜଗାର ନପାଇବା କାରଣରୁବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ଯୁବକଙ୍କୁ ରୋଜଗାର ଦେବାପାଇଁ ଏଠାରେ ସରକାରଙ୍କୁ ପରିବର୍ତନ କରି ମୋଦି ସରକାରଙ୍କୁ ଆଣାଯିବା ଜରୁରୀ ବୋଲି ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ସମେତ ଅନେକ ସ୍ଥାନରେ ବିଜେପି ଦ୍ୱାରା ଆୟୋଜିତ ପରିବର୍ତନ ଯାତ୍ରାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତୀୟସଭ୍ୟତା, ଜୀବନ, ସ୍ୱାଧୀନତାର ସଂଗ୍ରାମ, କଳା, ସାହିତ୍ୟ ଓ ସଂସ୍କୃତିରେ ପଶ୍ଚିମବଙ୍ଗର ସ୍ଥାନ ବହୁ ଉର୍ଦ୍ଧ୍ୱରେ ରହିଛି। କିନ୍ତୁ ଏଠାରେଅନେକ ମୌଳିକ ସମସ୍ୟା ସମେତ ବିଶେଷ ଭାବରେ ରୋଜଗାର ମୁଖ୍ୟ ସମସ୍ୟା ହୋଇଛି ।ଅନେକ ଶିଳ୍ପକାରଖାନା ଗୁଡିକ ବନ୍ଦ ହୋଇ ପଡିଛି । ଫଳରେ ରୋଜଗାର ନମିଳିବା କାରଣରୁ ଏଠାକାର ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ପଶ୍ଚିମବଙ୍ଗରେ ପରିବର୍ତନଜରୁରୀ ।ଶ୍ରୀ ପ୍ରଧାନ କହିଛନ୍ତିଯେପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ପ୍ରତିଶ୍ରୁତିବଦ୍ଧ । ଏହି କାରଣରୁ ପୂର୍ବ ଭାରତଅନ୍ତର୍ଗତପଶ୍ଚିମବଙ୍ଗରବିକାଶ ବିନା ସମଗ୍ର ଭାରତ ବର୍ଷର ସନ୍ତୁଳିତ ବିକାଶ ଅସମ୍ଭବବୋଲି ପ୍ରଧାନମନ୍ତ୍ରୀ କହିବା ସହଭାରତର ବିକାଶ ପାଇଁପୂର୍ବୋଦୟ ମିଶନର ପରିକଳ୍ପନା କରିଛନ୍ତି ।
ପଶ୍ଚିମବଙ୍ଗବାସୀଙ୍କୁସମ୍ବୋଧନ କରି ଶ୍ରୀ ପ୍ରଧାନ କହିଛନ୍ତିଯେଏଠାରେ ରୋଜଗାର ଦେଉଥିବା ସରକାର ହେବା ଦରକାର ନା ରୋଜଗାର ଦେଉନଥିବା ସରକାର ଦରକାର । ପିସି ନେଉଥିବା ସରକାର ହେବା ଦରକାର ନା ବିକାଶମୂଳକ କାମ କରୁଥିବା ସରକାର ହେବା ଦରକାର । ତେବେପଶ୍ଚିମବଙ୍ଗରେବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଯାଇଥିବା ପରିବର୍ତନ ଯାତ୍ରା ସଫଳ ହେବ ଏବଂ ଏଠାକାରବାସୀ ନିଶ୍ଚୟ ବିଜେପି ଉପରେ ଭରସା କରିବେ ବୋଲି ସେକହିଛନ୍ତି ।