ବିନା ଭକ୍ତରେ ଗଡିଲା ରୁକୁଣା ରଥ
ପିପିଲି: ପିପିଲିରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆସନ୍ତା 13 ତାରିଖରେ ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ। ପିପିଲିରେ ନିର୍ବାଚନୀ ରାଲି ଓ ଜନସଭାରେ ଧର୍ମେନ୍ଦ୍ର ସାମିଲ ହେବେ। ଆସନ୍ତାକାଲିଠୁ ପ୍ରତି ଜୋନରେ ବିଜେପି ପ୍ରଚାର କରିବ । ସେହିପରି ବିଭିନ୍ନ ଷ୍ଟାର ପ୍ରଚାରକ ପ୍ରଚାରରେ ସାମିଲ୍ ହେବେ।
ଅନ୍ୟପଟେ କଂଗ୍ରେସ ଓ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି। ବିଜେଡି ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ବିଜେଡି ସୁପ୍ରିମୋ ଭର୍ଚୁଆଲ ପ୍ରଚାର କରିବେ। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଘୋରଡିଆ ମଣ୍ଢଳୀର 7ଟି ପଞ୍ଚାୟତରେ ପ୍ରଚାର କରିଛନ୍ତି।