ଆସିଛି କୋରୋନାର ନୂଆ ରୂପ
ନୂଆଦିଲ୍ଲୀ: ପୁଡୁଚେରୀରେ ଭାଙ୍ଗିଲା ସରକାର । ବିଧାନସଭାରେ ଆସ୍ଥା ଭୋଟରେ ହାରିଲେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ୱାମୀ । ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ ନିଜ ସମର୍ଥକଙ୍କ ସହ କକ୍ଷତ୍ୟାଗ କରିଛନ୍ତି । ସରକାର ଆସ୍ଥା ଭୋଟରେ ପରାସ୍ତ ହୋଇଥିବା ଘୋଷଣା କଲେ ବାଚସ୍ପତି ।
ମୁଖ୍ୟମନ୍ତ୍ରୀଙ୍କ ପାଖରେ ବହୁମତ ସାବ୍ୟସ୍ତ କରିବା ପାଇଁ 9ଜଣ କଂଗ୍ରେସ ବିଧାୟକ ଓ 2ଜଣ ଡିଏମକେ ବିଧାୟକଙ୍କ ସମର୍ଥନ ରହିଛି । ବହୁମତ ସାବ୍ୟସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ 14ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି । ତେବେ ଆଜି ବିଧାନସଭାରେ ବହୁମତ ସାବ୍ୟସ୍ତ କରିନପାରିବାରୁ ସରକାର ଭାଙ୍ଗିଥିବା ଘୋଷଣା କରିଛନ୍ତି ବାଚସ୍ପତି ।