ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ରାମବିଳାସ ପାସୱାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶେଷ ଦର୍ଶନ ପାଇଁ ରାମ ବିଳାସ ପାସୱାନଙ୍କ ମୃତଦେହ 12 ଜାନପାଥରେ ରଖାଯାଇଛି । ଯେଉଁଠାରେ ସମସ୍ତ ନେତା ପହଞ୍ଚୁଛନ୍ତି । ଏହି ସମୟ ମଧ୍ୟରେ ପିଏମ ମୋଦି ଚିରାଗ ପାସୱାନ ଏବଂ ଅନ୍ୟ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ମୃତ୍ୟୁ ବେଳକୁ ପାସୱାନଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେଲାଣି ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗୁରୁବାର ସନ୍ଧ୍ୟାରେ ତାଙ୍କ ଦେହାନ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଅନେକ ନେତା ପାସୱାନଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୁକ୍ରବାର ପାସୱାନଙ୍କ ପାର୍ଥିବ ଶରୀରକୁ ୧୨ ଜନପଥରେ ଥିବା ତାଙ୍କ ବାସଭବନକୁ ଅଣାଯାଇଛି।