ଭୁବନେଶ୍ୱର: ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେଉରାଙ୍କ ଗାଡି ଉପରକୁ ବୋମାମାଡ଼ ଘଟଣା । ଟ୍ବିଟ୍ କରି ଘଟଣାକୁ ନିନ୍ଦା କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ବିଜେପି ନେତା ପ୍ରଦିପ୍ତ କୁମାର ନାୟକ । ଏନେଇ ସେ କହିଛନ୍ତି ଯେ, ଆମ ଦଳର ନେତା, ରାଜ୍ୟର ଜଣେ ଜଣାଶୁଣା ସୂଚନା ଅଧୀକାର କର୍ମୀ ତଥା ଯାଜପୁର ଜିଲ୍ଲାରେ ଦୁର୍ନୀତି ବିରୋଧରେ କ୍ରମାଗତ ଭାବରେ ସ୍ୱର ଉଠାଇ ଆସୁଥିବା ସର୍ବେଶ୍ୱର ବେହେରାଙ୍କ ଉପରେ ଗତକାଲି ରାତ୍ରିରେ ମରଣାନ୍ତକ ଆକ୍ରମଣ କରାଯାଇଛି ।
ଦୋଷୀଙ୍କୁ ତୁରନ୍ତ ଗିରଫ, ଉକ୍ତ ଆକ୍ରମଣର ପଛରେ କେଉଁ ପ୍ରଭାବଶାଳୀ ବ୍ୟକ୍ତିମାନେ ଅଛନ୍ତି ଏହାର ଖୁଲାସା ପାଇଁ ଉଚ୍ଚ ସ୍ତରୀୟ ତଦନ୍ତ ଓ ସର୍ବେଶ୍ୱରଙ୍କ ପରିବାରକୁ ୨୪ ଘଂଟିଆ ସୁରକ୍ଷା ଯୋଗାଇ ଦେବାପାଇଁ ଯାଜପୁର ଜିଲ୍ଲା ପ୍ରଶାସନ @dm_jajpur , ଓ ମୁଖ୍ୟମନ୍ତ୍ରୀ @Naveen_Odisha ବାବୁ ଙ୍କ ପାଖରେ ଦାବି ରଖୁଛି । — Pradipta Kumar Naik (@pradiptanaikbjp) March 28, 2021
ସେ ଗାଡିରେ ଥିବାବେଳେ ତାଙ୍କ ଉପରେ ବୋମାମାଡ ହୋଇଛି, ସେ ଚିକିସ୍ତ୍ରାଧୀନ ଅଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ, ମା ବିରଜାଙ୍କ ପାଖରେ ପ୍ରାର୍ଥନା ସେ ସୁସ୍ଥ ହୋଇ ଘରକୁ ଫେରନ୍ତୁ ।
ସର୍ବେଶ୍ୱର ଭାଇ ଯାଜପୁର ଜିଲ୍ଲାରେ ଡଙ୍କାରି ପାହାଡ ଲୁଟ, ବେଆଇନ କ୍ରସର ଚାଲିବା, ପିଡିଏସ ସାମଗ୍ରୀର ଲୁଟ ଏବଂ ବିଶେଷ ଭାବରେ ବହୁ ଚର୍ଚ୍ଚିତ ମାମୁ ଭଣଜା ଘାଇ ଭଙ୍ଗା ଘଟଣା ବିରୋଧରେ ଏକ ସାଲିଶ ବିହିନ ଲମ୍ବା ଲଢାଇ ଲଢିଛନ୍ତି ଯାହା ଫଳରେ ମାମଲା ଗୁଡିକ ଲୋକାୟୁକ୍ତରେ ତଦନ୍ତ ପରିସରଭୁକ୍ତ ହୋଇପାରିଛି ।
ଏ ସମସ୍ତ ବେଆଇନ କାଣ୍ଡ କାରନାମାରେ ସାମିଲ ଥିବା ଅସାମାଜିକ ତତ୍ୱମାନେ ହିଁ ତାଙ୍କ ଉପରେ ଆକ୍ରମଣ କରିଥାଇପାରନ୍ତି ।
ଦୋଷୀଙ୍କୁ ତୁରନ୍ତ ଗିରଫ, ଉକ୍ତ ଆକ୍ରମଣର ପଛରେ କେଉଁ ପ୍ରଭାବଶାଳୀ ବ୍ୟକ୍ତିମାନେ ଅଛନ୍ତି ଏହାର ଖୁଲାସା ପାଇଁ ଉଚ୍ଚ ସ୍ତରୀୟ ତଦନ୍ତ ଓ ସର୍ବେଶ୍ୱରଙ୍କ ପରିବାରକୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।