ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ ବେଳେ 80ରୁ ଅଧିକ ବିଧାୟକଙ୍କ ପଟୁଆର ନେବା ପ୍ରସଙ୍ଗ ବି ଗୃହରେ ଉଠିବ । କଂଗ୍ରେସ ବି ଆଇନଶୃଙ୍ଖଳା, ବେକାରୀ , ଶିକ୍ଷା ଓ ଚାଷୀଙ୍କ କଥା ଉଠାଇବ । ଅନ୍ୟପଟେ କୋଭିଡର ଭୟାବହତା ସମ୍ପୂର୍ଣ୍ଣ କମିନି । ସେଥିପାଇଁ ଏଥର ବି କଟକଣା ଭିତରେ ଚାଲିବ ଗୃହ କାର୍ଯ୍ୟ । । ଚଳିତ ଥର ରହିବ ପ୍ରଶ୍ନ ଓ ଶୂନ୍ୟକାଳ । ଏହା ସହ ତାରକା ପ୍ରଶ୍ନ ମଧ୍ୟ ପଚାରି ପାରିବେ ବିଧାୟକ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା, ଏଥର ମୁଲତବୀ ପ୍ରସ୍ତାବ ଆଲୋଚନା ଦେଢ଼ ଘଣ୍ଟା ଚାଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ପ୍ରଥମ ପର୍ଯ୍ୟାୟ 10.30 ରୁ ଅପରାହ୍ଣ 1.30ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟ 4 ରୁ 6 ଟା ପର୍ଯ୍ୟନ୍ତ ଚାଲିବ । ଯେଉଁଦିନ ସେସନର ସ୍ପେଶାଲ ଦିନ ରହିଥିବ ସେହି ଦିନ କେବଳ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ । ସେହିପରି ବଜେଟ ଅଧିବେଶନ ବେଳେ ପରିସର ଭିତର ଓ ବାହାର ଜଗିବେ 30 ପ୍ଲାଟୁନ ଫୋର୍ସ । ବିଧାନସଭା ଭିତରେ ସାଧା ପୋଷାକରେ ରହିବେ ଗୁଇନ୍ଦା ଅଧିକାରୀ । ବାହାରେ ରହିବେ ଶସସ୍ତ୍ର ପୋଲିସ ବାହିନୀ । ଆତ୍ମହୁତି ଉଦ୍ୟମ ରୋକିବା ଉପରେ ରହିବ ଫୋକସ ।