ହନୁମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କଲେ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ
ଭୁବନେଶ୍ୱର: ରାଜ୍ୟ ସରକାର ହିତାଧିକାରୀଙ୍କ ସଂଖ୍ୟା କମାଉଛନ୍ତି । ପ୍ରଥମେ ୪୦ ଲକ୍ଷ ଚାଷୀ ଥିଲେ ଏବେ ୧୦ ଲକ୍ଷ ହେଲା କେମିତି ? ଏମିତି କିଛି ପ୍ରଶ୍ନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଲେଖାଶ୍ରୀ । ମଣ୍ଡି, ଟୋକନ ଓ କଟନି ଛଟନି ସମସ୍ୟାକୁ ନେଇ ଚିନ୍ତାରେ ଚାଷୀ । ସେଥିପାଇଁ ଆସନ୍ତାକାଲି ସମ୍ବଲପୁରରେ ବିଶାଳ ସମାବେଶ କରିବ ବିଜେପି ।
ଚାଷୀ ସମାବେଶ ପରେ RDC ଅଫିସ ଘେରାଉ କରାଯିବ । ଲେଖାଶ୍ରୀ କହିଛନ୍ତି, ଚାଷୀଙ୍କ ସହ ସବୁବେଳେ ଠିଆ ହୋଇଛି ବିଜେପି । କିନ୍ତୁ ମିଲରଙ୍କ ପାଇଁ ଓକିଲାତି କରୁଛନ୍ତି ରାଜ୍ୟ ସରକାର । କେନ୍ଦ୍ର ଦେଉଥିବା ଟଙ୍କାକୁ ବାଟମାରଣା କରାଯାଉଛି । ସେଥିପାଇଁ ପ୍ରକୃତ ଚାଷୀ ପାଖରେ ପହଞ୍ଚିପାରୁନି କେନ୍ଦ୍ରର ସାହାଯ୍ୟ ।