ଉପକୂଳ ରାଜପଥ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା
ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗର ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ପୁଣି ଏକ ଝଟକା ଲାଗିଛି। ଟିଏମସିର ଆଉ ଜଣେ ସାଂସଦ ଦିନେଶ ତ୍ରିବେଦୀ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ବଜେଟକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସେ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାପରେ ସେ କହିଛନ୍ତି ଯେ, ପାର୍ଟିରେ ମୋତ ଅଣନିଶ୍ଵାସୀ ଭଳି ଲାଗୁଛି।
ସେ କହିଛନ୍ତି ଯେ, ବଙ୍ଗଳାରେ ଦିନକୁ ଦିନ ହିଂସା ବଢିବାକୁ ଲାଗିଛି। ଆମେ ଏଠାରେ କିଛି କହିପାରୁ ନାହିୁଁ। ତେଣୁ ମୁଁ ପାର୍ଟିରୁ ଇସ୍ତଫା ଦେଉଛି। ତ୍ରିବେଦୀ ଇସ୍ତଫା ଦେଲାପରେ ଟିଏମସିର ସାଂସଦ ସୁଖେନ୍ଦୁ ଏସ ରାୟ କହିଛନ୍ତି, ତୃଣମୂଳର ଅର୍ଥାତ ତୃଣମୂଳ ସ୍ତରରୁ ଆରମ୍ଭ। ଏହା ଦ୍ଵାର ରାଜ୍ୟସଭାକୁ ତୃଣମୂଳସ୍ତରରୁ କାର୍ଯ୍ୟକର୍ତ୍ତା ପଠାଇବାକୁ ସୁଯୋଗ ମିଳିପାରେ।
ଇସ୍ତଫା ଦେବାର କିଛି ଦିନ ପରେ ଦିନେଶ ତ୍ରିବେଦୀ ବିଜେପିରେ ସାମିଲ ହେବେ ବୋଲି କୁହାଯାଉଛି। ପଶ୍ଚିମବଙ୍ଗ ରାଜ୍ୟ ପାଇଁ ମୁଁ ଯାହା କରିବା କଥା ଆଗକୁ ତାହ କରିବି ବୋଲି ସେ କହିଛନ୍ତି।