ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର...
ଭୁବନେଶ୍ୱର: ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଆଜି ଅଭିନବ ଉପାୟରେ ପ୍ରତିବାଦ କରିବ କଂଗ୍ରେସ । ସନ୍ଧ୍ୟା ୬ଟା ୩୦ରୁ ୭ଟା ପର୍ଯ୍ୟନ୍ତ ସମସ୍ତ ବିଦ୍ୟୁତ ଉପକରଣ ବନ୍ଦ କରି ପ୍ରତିବାଦ କରିବ କଂଗ୍ରେସ । ଅଧଘଣ୍ଟାଏ ପର୍ଯ୍ୟନ୍ତ ବିଦ୍ୟୁତ ଉପକରଣ ବନ୍ଦ କରି ପ୍ରତିବାଦ କରିବାକୁ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
କରୋନା ସମୟରେ ଲୋକଙ୍କ ଆର୍ଥିକ ଅବସ୍ଥା ଖରାପ ଥିବାବେଳେ, ବିଦ୍ୟୁତ ଦର ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳୀତା ବିଡା ସଦୃଶ ହୋଇଛି । ରାଜ୍ୟରେ ପ୍ରତି ୟୁନିଟ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ ୩ ଟଙ୍କା ଥିବାବେଳେ, ବିଦ୍ୟୁତ କମ୍ପାନୀ ୬ଟଙ୍କା ଦରରେ ଗ୍ରାହକଙ୍କଠାରୁ ଆଦାୟ କରୁଛନ୍ତି । ବର୍ତ୍ତମାନ ସମୟରେ ବିଦ୍ୟୁତ ଦର ବୃଦ୍ଧିକୁ କଂଗ୍ରେସ ବିରୋଧ କରୁଛି ବୋଲି ସେ କହିଛନ୍ତି ।