ଅର୍ଗସରେ ପ୍ରସାରିତ ଆମେ ଉତ୍ତରଦାୟୀ କାର୍ଯ୍ୟକ୍ରମକୁ ଧନ୍ୟବାଦ ଜଣେଇଲେ ଦୁବାଇରେ ରହୁଥିବା ଓଡିଆ ଯୁବକ
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ବରର ଲାଇଫସାଇନ୍ସ ଇନଷ୍ଟିଚ୍ୟୁଟଠାରେ ସେଣ୍ଟର ଅଫ ଏକ୍ସିଲେନ୍ସ ଅନ ମେରାଇନ ବାୟୋଟେକ୍ନୋଲୋଜି ପ୍ରତିଷ୍ଠା ଦିଗରେ ହସ୍ତକ୍ଷେପ କରିବାକୁ କଲେ ଅନୁରୋଧ । ଏହା ଦ୍ବାରା ପ୍ରାକୃତିକ ପରିବେଶ ସୁରକ୍ଷା ଦିଗରେ ରାଜ୍ୟ ଆଗେଇବ ।
‘PMଙ୍କ ସମୁଦ୍ର ଆଧାରିତ ନୀଳ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ’, ‘ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦେବା ସ୍ଥାନର ସୁରକ୍ଷା ପାଇଁ ଭଲ ପଦକ୍ଷେପ ହେବ’, ‘ଓଡ଼ିଶାର ସୁଦୀର୍ଘ ସୁନ୍ଦର ବେଳାଭୂମି ଲକ୍ଷାଧିକ ଲୋକଙ୍କୁ ରୋଜଗାର ଦେଇଛି । ‘ପ୍ରଧାନମନ୍ତ୍ରୀଙ୍କ କେନ୍ଦ୍ରବିନ୍ଦୁରେ ରହିଛି ଓଡ଼ିଶାର ସୁଦୀର୍ଘ ବେଳାଭୂମି’, ‘ଓଡ଼ିଶା ଓ ପୂର୍ବ ଭାରତକୁ ପ୍ରଗତି ପଥରେ ନେବାକୁ ପଦକ୍ଷେପ ନିଆଯାଉ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।