Argus News - ଲାଲ ଚନ୍ଦନକାଠ ଏବଂ ବୀରାପାନ ; ଜାଣନ୍ତୁ ପୁରା କାହାଣୀ
ଲାଲ ଚନ୍ଦନକାଠ ଏବଂ ବୀରାପାନ ; ଜାଣନ୍ତୁ ପୁରା କାହାଣୀ
By: Swayangprajna Mishra
National, Crime| Sun, Dec 8 | 4:54 am
Highlights
- କାହିଁକି ଭାରତରେ ଲାଲ ଚନ୍ଦନ କାଠ ହୁଏ ଚୋରି ?
- କେଉଁ ଦେଶ ଭାରତରୁ ନେବାକୁ ଚାହେଁ ଲାଲ ଚନ୍ଦନ କାଠ ?
- ଲାଲ ଚନ୍ଦନ କାଠ ଚୋରିରେ ସବୁଠୁ ବଡ ମାଫିଆ କିଏ ?
- ଲାଲ ଚନ୍ଦନ କାଠ ଠାରୁ ମଧ୍ୟ କେଉଁ କାଠ ସବୁଠୁ ମହଙ୍ଗା ?
ଅର୍ଗସ ବ୍ୟୁରୋ : "ବେଟା ସୋ ଜା ବରନା ଗବ୍ବର ଆଜାଏଗା" । ଏ ଡାଏଲଗ୍ ଆମେ କେବଳ ଫିଲ୍ମରେ ଶୁଣିଛନ୍ତି । ହେଲେ ରିଏଲ ଲାଇଫରେ ବି ଜଣେ ଏମିତି ଗବ୍ବର ଥିଲା, ଯାହାଙ୍କ ଦବଦବା ଥିଲା ବେଶ ଅଧିକ । ଆମେ କହୁଛୁ ଜଙ୍ଗଲ ଦସ୍ୟୁ ବୀରାପାନର କଥା । ଆଉ ବୀରାପାନର ନାଁ ଆସିଲେ ମନେପଡେ ଲାଲ ଚନ୍ଦନ କାଠ ତସ୍କରୀର କଥା ।
ଭାରତରେ ଲାଲ ଚନ୍ଦନ କାଠ ଚୋରି ହେବା ବହୁତ ପୁରୁଣା ଘଟଣା । ପୁଷ୍ପା ଫିଲ୍ମରେ ଏହି ଚନ୍ଦନ କାଠ ଚୋରିର କାହାଣୀ ଦେଖିବାକୁ ମିଳିଛି । ହେଲେ ଆପଣଙ୍କ ମନରେ ଏହି ଲାଲ ଚନ୍ଦନ କାଠକୁ ନେଇ ଅନେକ ପ୍ରଶ୍ନ ଉଠିପାରେ । ଯେପରି ଏହି କାଠ କାହିଁକି ଏତେ ମହଙ୍ଗା । କାହିଁକି ବଡ ବଡ ଦେଶ ଭାରତରୁ ମଧ୍ୟ ଏହି କାଠ ନେବାକୁ ଚାହାନ୍ତି । ଆଉ ଲାଲ ଚନ୍ଦନ କାଠ ଠାରୁ ମଧ୍ୟ ଏକ କାଠ ଅଧିକ ମହଙ୍ଗା ଯାହାକୁ ଖୁବ କମ ଲୋକ ଜାଣିଛନ୍ତି । ଆଜି ସେ ସବୁ ଉପରେ ପର୍ଦ୍ଦାଫାଶ କରିବା ।
ଲାଲ ଚନ୍ଦନ କାଠ ଭାରତ ଖୁବ କମ ସ୍ଥାନରେ ଉପଲବ୍ଧ ଥାଏ । ଭାରତରେ ଲାଲ ଚନ୍ଦନ କାଠକୁ ରକ୍ତ ଚନ୍ଦନ ମଧ୍ୟ କୁହାଯାଏ । ଯାହା ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ଦେଖିବାକୁ ମିଳିଥାଏ । ଆନ୍ଧ୍ରପ୍ରଦେଶର ଚିତୋର, କଡ୍ଡପା, କର୍ଣ୍ଣୋଲ, ଏବଂ ନେଲୋରରେ ଥିବା ସେସାଚେଲମ ପାହାଡରେ ଦେଖିବାକୁ ମିଳିଥାଏ । ଏହି ଚନ୍ଦନ କାଠ ଏକ କେଜିର ଦାମ ୨୫ ହଜାରରୁ ୩୦ ହଜାର । ଏବଂ ଗୋଟିଏ ଗଛର ଦାମ ପ୍ରାୟ ୮ରୁ ୯ ଲକ୍ଷ । ଗୋଟିଏ ଗଛରୁ ପାଖାପାଖି ୩୦ କେଜି କାଠ ବାହାରିଥାଏ । ସବୁ ପ୍ରକାର ମାଟିରେ ଏହିପ୍ରକାର ଗଛର ବୃଦ୍ଧି ହୋଇଥାଏ । ପୁରା ସମ୍ପୁର୍ଣ୍ଣ ବୃଦ୍ଧି ହେବା ପାଇଁ ଏହି ଗଛକୁ ୩୦ ବର୍ଷ ଲାଗିଥାଏ ।
ତେବେ କାହିଁକି ମହଙ୍ଗା ଏହି ଚନ୍ଦନ କାଠ ?
ଅନେକ ପୁରୁଣା କାଳରୁ ହିଁ ତ୍ବଚା ପାଇଁ ମହିଳା ତଥା ପୁରୁଷ ଉଭୟ ଚନ୍ଦନକାଠର ବ୍ୟବହାର କରିଥାନ୍ତି । ବିଶେଷ କରି ମୁହଁର ସୌନ୍ଦର୍ଯ୍ୟ ପାଇଁ ଏହା ବ୍ୟବହାର କରାଯାଇ ଥାଏ । କିନ୍ତୁ ଲାଲ ଚନ୍ଦର ରହିଛି ଅନେକ ଗୁଣବତ୍ତା । ବ୍ରେଷ୍ଟ କ୍ୟାନସରର ଏକ ମୁଖ୍ୟ ଉପଚାର ଏହି ଲାଲ ଚନ୍ଦନ ଦ୍ବାରା କରାଯାଇଥାଏ । ଏହା ବ୍ୟତୀତ ଅନେକ ପ୍ରକାରର କସ୍ମେଟିକ୍ସ, ମେଡିସିନରେ ମଧ୍ୟ ଏହି ଲାଲ ଚନ୍ଦନ ବ୍ୟବହାର କରାଯାଏ । ଦାମୀ ଆସବାବପତ୍ର ମଧ୍ୟ ଏହି ଲାଲ ଚନ୍ଦନ କାଠରୁ ତିଆରି ହୋଇଥାଏ । ଯାହା ଖୁବ ମହଙ୍ଗା ଅଟେ । ଲାଲ ଚନ୍ଦନ କାଠକୁ ଭାରତରୁ ନେବା ପାଇଁ ଚୀନ ଅନେକ ଦିନ ଧରି ଚେଷ୍ଟା କରିଆସୁଛି । କାରଣ ଚୀନରେ ଏକପ୍ରକାର ଆୟୁର୍ବେଦିକ ମେଡିସିନ ତିଆରି କରାଯାଏ । ଏଥିରେ ଅନ୍ୟ ଔଷଧୀୟ ଦ୍ରବ୍ୟ ସହ ଲାଲ ଚନ୍ଦନକୁ ମିଶାଯାଇ ବ୍ୟବହାର କରାଯାଏ । ଏହାଛଡା ଚୀନରେ ଲୋକମାନେ ନିଜର ବାଦ୍ୟଯନ୍ତ୍ର ପାଇଁ ଲାଲ ଚନ୍ଦନ କାଠର ଉପଯୋଗ କରିଥାନ୍ତି । ସେଥିପାଇଁ ଏହାର ସନ୍ଧାନରେ ସବୁବେଳେ ଥାଆନ୍ତି ଚୀନ ସରକାର ।
ଯେତେବେଳେ ଗୋଟିଏ ଭଲ ଜିନିଷର ଆବଶ୍ୟକ ସମସ୍ତଙ୍କୁ ଥାଏ, ଆଉ ତାହାର ପରିମାଣ କମ ଥାଏ, ,ସେତେବେଳେ ତାକୁ ନେବାପାଇଁ ସମସ୍ତେ ଚେଷ୍ଟା କରନ୍ତି । ଆଉ ସେଇଠୁ ଆରମ୍ଭ ହୁଏ ଚୋରି ବା ତସ୍କରି । ଯେତେବେଳେ ଦୂନିଆରେ ଲାଲ ଚନ୍ଦନ କାଠର ଚାହିଦା ଖୁବ ଅଧିକ ଥିଲା, ଏବଂ ପରିମାଣ ଖୁବ କମଥିଲା , ସେତେବେଳେ ଏହା ଉପରେ ବିଭିନ୍ନ ଦେଶ ସହ ଜଙ୍ଗଲ ଦସ୍ୟୁଙ୍କ ଆଖି ପଡିଥିଲା । ବେଆଇନ ଭାବେ ଆରମ୍ଭ ହୋଇଥିଲା ଲାଲ ଚନ୍ଦନ କାଠ ଚୋରି । ଏବଂ ଭାରତରେ ଏହି କାଠର ପରିମାଣ ଖୁବ କମ ଥିବାରୁ ସରକାର ଦ୍ବାରା ଏହା ଉପରେ କଟକଣା ଲଗାଯାଇଛି । ଚାଇନା, ଜାପାନ, ଅଷ୍ଟ୍ରେଲିଆ ଏବଂ କିଛି ପଶ୍ଚିମ ଦେଶଗୁଡିକରେ ଏହି କାଠ ଭାରତରୁ ନିଆଯାଏ । ବିଶେଷ କରି ସେସାଚେଲନ ପାହାଡରେ ଏଥିପାଇଁ ଅନେକ ପ୍ରକାରର ସିକ୍ୟୁରିଟି ବ୍ୟବସ୍ଥା ରହିଥାଏ । ଅନେକ ସିକ୍ୟୁରିଟି ବ୍ୟବସ୍ଥା ପରେ ମଧ୍ୟ ଚନ୍ଦ କାଠର ଚୋରି ହେଉଥିବା ଦେଖିବାକୁ ମିଳିଥାଏ ।
ତେବେ ସବୁଠୁ ବଡ ଚନ୍ଦନ କାଠ ତସ୍କରୀ ଭାବେ ବିରାପାନ ବେଶ ଜଣାଶୁଣା । ସେ ପ୍ରାୟ ୧୪୦ କୋଟିରୁ ଅଧିକ ଲାଲ ଚନ୍ଦନ କାଠ ସେ ଚୋରି କରିଛନ୍ତି । ସେତେବେଳେ ପୋଲିସ ଅଫିସର ଏବଂ ଭାରତ ସରକାରଙ୍କ ନିଦ ହଜାଇ ଦେଇଥିଲା ବୀରାପାନ । ତାକୁ ଧରାଇଦେଲେ କୋଟି କୋଟି ଟଙ୍କା ଦିଆଯିବ ବୋଲି ମଧ୍ୟ ଘୋଷଣା କରଯାଇଥିଲା । ତାମିଲନାଡୁବାସୀଙ୍କ ନିଦ ହଜାଇ ଦେଇଥିଲା ବୀରାପାନ । ସେ ପାଖାପାଖି ୧୦୦ ଲୋକଙ୍କୁ ହତ୍ୟା କରିଥିଲା । ଏମିତିକି ନିଜ ପିଲାକୁ ବି ସେ ଛାଡି ନଥିଲା । ଏତେ ଭୟାନକ ଥିଲା ବୀରାପାନର ଆତଙ୍କରାଜ ଯେ, ବୀରାପାନ ଉପରେ ଅନେକ ଡକ୍ୟୁମେଣ୍ଟାରୀ ଫିଲ୍ମ ତିଆରି କରାଯାଇଥିଲା ।
ଅନେକ ବଡ ବଡ ପୋଲିସ ଅଧିକାରୀ ବୀରାପାନକୁ ଧରିବାକୁ ଚେଷ୍ଟା କରିଥିଲେ, ହେଲେ ସମସ୍ତଙ୍କ ଚେଷ୍ଟାକୁ ବିଫଳ କରିଥିଲା ବୀରାପାନ । ଅନେକ ବନ ଅଧିକାରୀଙ୍କୁ ହତ୍ୟା କରି ସେମାନଙ୍କ ମୁଣ୍ଡ କାଟି ଦେଇଥିଲା ବୀରାପାନ । ଶେଷରେ ତାମିଲନାଡୁ ଏସଟିଏଫ ବିଜୟ କୁମାର ତାଙ୍କୁ ୧୮ ଅକ୍ଟୋବର ୨୦୦୪ରେ ଏନକାଉଣ୍ଟର କରିଥିଲେ । ଆଉ ସମସ୍ତଙ୍କୁ ମାରୁ ଆଖି ବୁଜାଉଥିବା ଥିବା ବୀରାପାନ ସେଦିନ ସବୁଦିନ ପାଇଁ ଆଖି ବୁଜିଥିଲା । ବୀରାପାନର ସେଦିନ ସିନା ମୃତ୍ୟୁ ହୋଇଥିଲା, ହେଲେ ତାର ପନ୍ଥା ଅବଲମ୍ବନ କରି ବାହାରିଥିଲେ ଅନେକ ବୀରାପାନ । ମାନେ ଲାଲ ଚନ୍ଦନ କାଠ ଚୋରାଇବା ପାଇଁ ଅନେକ ଜଙ୍ଗଲ ଦସ୍ୟୁଙ୍କ ଆଖି ପଡିଥିଲା ।
ଓଡିଶାରେ ମଧ୍ୟ ପାରଳାଖେମୁଣ୍ଡି ବନଖଣ୍ଡ ଅଧିନସ୍ଥ ମହେନ୍ଦ୍ରଗିରି ଏବଂ ଦେବଗିରି ଅଧିନରେ ମଧ୍ୟ ରକ୍ତ ଚନ୍ଦନ ଜଙ୍ଗଲ ରହିଛି । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମୟରେ ୧୨ ହଜାର ଗଛ ଲଗାଯାଇଥିଲା । ହେଲେ ଅନେକ ବାତ୍ୟା ଏବଂ ଜଙ୍ଗଲଦସ୍ୟୁଙ୍କ ଦ୍ବାରା ଏହା ନଷ୍ଟ ଏବଂ ଚୋରି ହୋଇ ଏବେ ମାତ୍ର ୭୩୭ଟି ଗଛ ରହିଛି । ଏବେ ଏହି ଗଛ ସମ୍ପୁର୍ଣ୍ଣ ସୁରକ୍ଷା ବଳୟ ଭିତରେ ରହିଛି ।
ଲାଲ ଚନ୍ଦନ ଗଛର ପରିମାଣ ଦୂନିଆରେ କମ ପରିମାଣ ଏବଂ ବହୁଳ ବ୍ୟବହାର ହେତୁ ଏହାର ତସ୍କରି ସବୁବେଳେ ଲାଗି ରହିଛି । ତଥାପି ଭାରତ ସରକାରଙ୍କ ତରଫରୁ ଏହାକୁ ପୁରା ସୁରକ୍ଷା ଦିଆଯାଉଛି । ଯାହାଦ୍ବାରା ବୀରାପାନ ଭଳି ଜଙ୍ଗଦସ୍ୟୁ ମାନେ ଏହାର ପତ୍ତା ମଧ୍ୟ ପାଇବେ ନାହିଁ ।
ହେଲେ ଆପଣ ଜାଣିଛନ୍ତି, ଲାଲ ଚନ୍ଦନ କାଠଠାରୁ ମଧ୍ୟ ଆଉ ଏକ ମହଙ୍ଗା କାଠ ଅଛି, ଯାହା କେବଳ ଆଫ୍ରିକାରେ ମିଳିଥାଏ । ଏହାର ନା ହେଉଛି ଆଫ୍ରିକାନ ବ୍ଲାକଉଡ । ଏହାର ଏକ କେଜି କାଠର ମୂଲ୍ୟ ୭ ଲକ୍ଷରୁ ଅଧିକ ଅଟେ ।
Sponsored By!
No ad found
Related Articles :