ହୋଟେଲରେ 3 ଦିନ ହେଲା 3ଟି ରୁମ ନିଆ ଯାଇଥିଲା । ଯୁବତୀ ମାନଙ୍କ ରେଟ୍ 7 ହଜାରରୁ 10 ହଜାର ଟଙ୍କା ବୋଲି ଜଣାପଡ଼ିଛି । ଖଣ୍ଡଗିରି ପୋଲିସ ଏକ ମରୁତି 800 କାର ଜବତ କରିଛି, ଯେଉଁଥିରେ ଯୁବତୀମାନଙ୍କୁ ଠିକଣାସ୍ଥାନରେ ପହଞ୍ଚାଯାଉଥିଲା । ଏହି ସେକ୍ସ ରାକେଟ୍ ଅନ୍ଲାଇନ୍ ଜରିଆରେ ମଧ୍ୟ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
" >ଭୁବନେଶ୍ୱର: ପୁଣି ଭୁବନେଶ୍ୱରରେ ଏକ ସେକ୍ସ ରାକେଟ ଠାବ କରାଯାଇଛି । ଖଣ୍ଡଗିରି ଥାନା ଅଂଚଳରେ ଏମ୍ସ ନଗରସ୍ଥିତ ଏକ ଘରୋଇ ହୋଟେଲର ସେକ୍ସ ରାକେଟ ଚାଲଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି ଅପରାଧୀ । ଏହି ଘଟଣାରେ 6 ଜଣ ଯୁବତୀଙ୍କ ସହ 4 ଜଣ ଯୁବକଙ୍କୁ ଗିରଫ କରାଯାଇଛି । 4 ଜଣଙ୍କ ମଧ୍ୟରେ 2 ଜଣ ଦଲାଲ, ଜଣେ ଗ୍ରାହକ, ଜଣେ ହୋଟେଲ ମାଲିକ ଥିବା ଜଣାପଡ଼ିଛି । ତେବେ ଧରାପଡ଼ିଥିବା ଗ୍ରାହକ ଜଣକ ଜଣେ ଇଂଜିନିୟର ବୋଲି ସୂଚନା ମିଳିଛି । 2 ଦଲାଲଙ୍କ ନାମ ଏମ.ଡି ନିହାର ଓ ଏମ୍.ଡି ସହବଜ । ଏମାନଙ୍କ ଘର କଲିକତା ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । କଲିକତାରୁ ଆସି ଏମାନେ ସେକ୍ସ ରାକେଟ୍ ଚଳାଥିଲେ । ଏହି ଦଲାଲଙ୍କ ଦ୍ୱାରା କଲିକତାରୁ ଯୁବତୀଙ୍କୁ ଅଣାଯାଇ ଭୁବନେଶ୍ୱରରେ ରାକେଟ୍ ଚାଲିଥିଲା ।