ଅଧିକ ଖବର ପଢ଼ନ୍ତୁ: ଆଇପିଏଲରେ ରୋହିତଙ୍କ ବିଶ୍ରାମକୁ ନେଇ ମୁହଁ ଖୋଲିଲେ ମୁଖ୍ୟ କୋଚ
ଆଇପିଏଲକୁ ରୋଚକ କରିବାପାଇଁ ଏଥର ବହୁତ ସାରା ନୂଆ ନିୟମ କରାଯାଇଛି। ଫ୍ୟାନମାନେ ସେହି ନିୟମ ଗୁଡ଼ିକ ଜାଣିବାପାଇଁ ଖୁବ ଉତ୍ସାହିତ ଅଛନ୍ତି। ମ୍ୟାଚବେଳେ ପ୍ଲେଇଙ୍ଗ-୧୧ ରୁ କୌଣସି ଜଣେ ଖେଳାଳିଙ୍କୁ ବାହାର କରି ତାଙ୍କ ସ୍ଥାନରେ ଆଉ ଜଣେ ନୂଆ ଖେଳାଳିଙ୍କୁ ସାମିଲ କରାଯାଇପାରିବ। ଏଥିପାଇଁ ଦୁଇ ଦଳର କ୍ୟାପଟେନ ଟସ ପକାଇବେ। ସେମାନେ ୪-୪ଜଣ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବେ। ଏହାପରେ ଜଣେ ଖେଳାଳିଙ୍କୁ ବଦଳାଯିବ।
ତେବେ ଏହି ନିୟମ ମ୍ୟାଚରେ କେତେବେଳେ ବ୍ୟବହାର କରିପାରିବେ। ୧୪ ଓଭର ପୂର୍ବରୁ ଉଭୟ ଦଳର କ୍ୟାପଟେନ ଏହି ଇମପ୍ୟାକ୍ଟ ପ୍ଲେୟାର ନିୟମର ବ୍ୟବହାର କରିପାରିବେ। ଯଦି ମ୍ୟାଚବେଳେ ବର୍ଷା କାରଣରୁ ୧୦-୧୦ ଓଭରରୁ କମ ଖେଳାଯାଏ ସେତେବେଳେ ଏହି ଇମପ୍ୟାକ୍ଟ ଅଫ ପ୍ଲେୟାର ନିୟମର ବ୍ୟବହାର କରାଯାଇପାରିବନି। ଏହି ନିୟମର ବ୍ୟବହାର କରିବାକୁ ହେଲେ ୧୦-୧୦ ଓଭରରୁ ଅଧିକ ହେବା ଦରକାର।
ଆହୁରି ଅଧିକ ପଢ଼ନ୍ତୁ: ଆଇପିଏଲ ପାଇଁ ରଙ୍ଗମିସ୍ତ୍ରୀ ସାଜିଲେ ଧୋନୀ