ଭାରତରେ ନିର୍ମାଣ ହେବାକୁ ଯାଉଛି ବିଶ୍ୱର ପ୍ରଥମ ହାଇଟେକ ଷ୍ଟାଡିୟମ । ଏହି ଷ୍ଟାଡିୟମ ପଞ୍ଜାବର ଚଣ୍ଡୀଗଡ଼ ଠାରେ ନିର୍ମାଣ ହେବାକୁ ଯାଉଛି । ଏହି ଷ୍ଟାଡିୟମ ଏପରି ଭାବେ ନିର୍ମାଣ ହୋଇଛି ବର୍ଷା ହେଲେ ବି ଏଠାରେ ମ୍ୟାଚ ଖେଳାଯାଇପାରିବ । ପଞ୍ଜାବ କ୍ରିକେଟ ଆସୋସିଏସନର କର୍ମକର୍ତ୍ତାମାନେ ବହୁତ ଜଳଦି ଏହି ଷ୍ଟାଡିୟମ ସମ୍ପର୍କରେ ସୂଚନା ଦେବେ ।
ଏହା ଉପରେ ସୋଲାର ସିଷ୍ଟମ ରହିବ ଏବଂ ବିଦ୍ୟୁତ ସୋଲାର ସେଲ ଦ୍ୱାରା ନିର୍ମାଣ ହେବ । ଉପରେ ରେନ ହାରଭେଷ୍ଟିଙ୍ଗ ସିଷ୍ଟମ ରହିବ ଏବଂ ଏହା ଦ୍ୱାରା ବର୍ଷା ଜଳକୁ ବ୍ୟବହାର ଉପଯୋଗୀ କରାଯାଇପାରିବ । ଡ୍ରେନେଜ ସିଷ୍ଟମକୁ ବହୁ ଉନ୍ନତମାନର କରାଯିବାର ଯୋଜନା ରହିଛି । ବର୍ଷା ଛାଡିବା ମାତ୍ରେ ଅଧଘଣ୍ଟା ମଧ୍ୟରେ ମ୍ୟାଚ ଆରମ୍ଭ ହୋଇପାରିବ ।