ଶତକକୁ ବଡ ସ୍କୋରରେ ପରିଣତ କରିବାର କଳା ରୋହିତଙ୍କ ପାଖରେ ରହିଛି। ଏକ ଦିବସୀୟ କ୍ରିକେଟରେ 150ରୁ ଉର୍ଦ୍ଧ ସ୍କୋର କରିବା କଷ୍ଟକର ହେଉଥିବାବେଳେ ରୋହିତ ତିନିଥର ଦ୍ବିଶତକ ହାସଲ କରି ନିଜର କ୍ଲାସ ଦେଖାଇଛନ୍ତି ବୋଲି ଶ୍ରୀକାନ୍ତ ମତ ଦେଇଛନ୍ତ। ବର୍ତ୍ତମାନ ସୁଦ୍ଧା ରୋହିତ ଶର୍ମା 224ଟି ଦିନିକିଆ ମ୍ୟାଚରୁ 29ଟି ଶତକ ସହ 9915। ରନ ସ୍କୋର କରିଛନ୍ତି।
ବିଶ୍ୱର ଶ୍ରେଷ୍ଠ ଓପନରମାନଙ୍କ ମଧ୍ୟରେ ରୋହିତ ଶର୍ମା ଜଣେ - ଶ୍ରୀକାନ୍ତ

ଅର୍ଗସ ବ୍ୟୁରୋ : ଏକ ଦିବସୀୟ କ୍ରିକେଟ ରୋହିତ ଶର୍ମା ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି। ଏପରିକି ଭାରତୀୟ ଭାବେ ସବୁଠୁ ବେଶି ଛକା ମାରିବାର ରେକର୍ଡ ରୋହିତ ଶର୍ମାଙ୍କ ନାମରେ ରହିଛି। ସେହିପରି ରୋହିତ ମଧ୍ୟ ଏକଦିବସୀୟ ମ୍ୟାଚରେ ତିନିଥର ଦ୍ବିଶତକ ହାସଲ କରିଛନ୍ତି। ତେବେ ଏ ସବୁକୁ ଦେଖିଲେ ରୋହିତ ବିଶ୍ୱର ଶ୍ରେଷ୍ଠ ଓପନର ବୋଲି ପୂର୍ବତନ ଭାରତୀୟ ଓପନର କ୍ରିଷ୍ଣାମଚାରୀ ଶ୍ରୀକାନ୍ତ କହିଛନ୍ତି।
Download Argus News App
