ପୂର୍ବରୁ ଇଂଲଣ୍ଡ, ଶ୍ରୀଲଙ୍କା, ଆଫଗାନିସ୍ତାନ ଆଦି ଦେଶର କ୍ରିକେଟ ଖେଳାଳି ଅଭ୍ୟାସ ନିମନ୍ତେ ପଡିଆକୁ ଓହ୍ଲାଇ ସାରିଛନ୍ତି । ତେବେ ଆଜି ଦକ୍ଷିଣ ଆଫ୍ରିକାର ଲୁଙ୍ଗି ଏଙ୍ଗିଡି, ଜୁନିୟର ଡାଲା, କାଗିସୋ ରାବାଡା ଆଦି ଖେଳାଳିଙ୍କ ସହ ୪୪ ଜଣ ଖେଳାଳି ପଡିଆକୁ ଓହ୍ଲାଇଛନ୍ତି ।
ଅଭ୍ୟାସ ପାଇଁ ପଡିଆକୁ ଓହ୍ଲାଇଲେ ଦକ୍ଷିଣ ଆଫ୍ରିକା କ୍ରିକେଟ ଖେଳାଳୀ
ଅର୍ଗସ ବ୍ୟୁରୋ : ମହାମାରୀ କରୋନା ପାଇଁ କିଛି ଦିନର ବ୍ୟବଧାନ ପରେ ପଡିଆକୁ ଓହ୍ଲାଇଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟ ଖେଳାଳୀ। ଆଜି ଦକ୍ଷିଣ ଆଫ୍ରିକା କ୍ରିକେଟ ଆସୋସିଏସନ ଘୋଷଣା କରିଥିବା ୪୪ ଜଣ ଖେଳଳି ପଡିଆକୁ ଓହ୍ଲାଇ ଆଗାମୀ ସିରିଜ ନିମନ୍ତେ ଅଭ୍ୟାସ ଆରମ୍ଭ କରିଛନ୍ତି । ଏବେ ମହାମାରୀ କରୋନାର ସମୟ । ତେଣୁ ଏହି ପରିସ୍ଥିତିରେ କୋଭିଡ-୧୯ ର ଯାହା ନିୟମାବଳୀ ରହିଛି ତାହାକୁ ମାନି ଦକ୍ଷିଣ ଆଫ୍ରିକା ଦଳ ଅଭ୍ୟାସ ଆରମ୍ଭ କରିଛି । ଏହା ସହ ଖେଳଳିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ମେଡିକାଲ ଅଫିସର ମାନେ ମଧ୍ୟ ନିୟୋଜିତ ହୋଇଛନ୍ତି ।
Download Argus News App
