'ମୁଁ ବିମାନରେ ୱିଣ୍ଡୋ ସିଟ୍ ରେ ବସିଥାଏ । ମତେ ଆସି ଜଣେ ନିବେଦନ କଲେ ୱିଣ୍ଡୋ ସିଟ୍ ଟା ମିଳିବ କି । ମୁଁ କହିଲି କଣ ପାଇଁ । କଣ ହେଲା । ସେତିକି ବେଳକୁ ବୁଲିକି ଦେଖେ ତ ସେ ଆଉ କେହି ନୁହେଁ ନିଜେ ମାହି । ହଠାତ୍ ମୁଁ କିଛି ବୁଝି ପାରିଲିନି । ଆଉ ସିଟ୍ ଛାଡି ଦେଲି । ଆଉ ସେ ମତେ ପାସ୍ କରି ୱିଣ୍ଡୋ ସିଟ୍ ରେ ବସିଲେ । ମୋ ସହ କଣ ହଉଛି କିଛି ମୁହୂର୍ତ୍ତ ପାଇଁ ମୁଁ ବୁଝିପାରିଲି ନାହିଁ । ଆଖିକୁ ବିଶ୍ୱାସ ହେଉନଥିଲେ ବି ଶେଷରେ ଦୀର୍ଘ ନିଶ୍ୱାସ ନେଲି । ହଁ ସେ ମାହି....'
ମାହିଙ୍କ ସହ ଆପଣ ଏ ଯେଉଁ ଫଟୋଟି ଦେଖୁଛନ୍ତି ସେ ହେଉଛନ୍ତି ଚନ୍ଦନ । ନିକଟରେ ସେ ବିମାନରେ ମାହିଙ୍କ ସହ ଯାତ୍ରା କରିବାର ସୌଭାଗ୍ୟ ପାଇଥିଲେ । ଅଢେଇ ଘଣ୍ଟା କେମିତି ବିତିଲା ସେ ନେଇ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିବା ସହ ଏକ ପୋଷ୍ଟ କରିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ୍ ହେଉଛି ।
ତାଙ୍କ କହିବା କଥା ସାଧାରଣତଃ କ୍ରିକେଟର ମାନେ ବିମାନରେ ଯିବାବେଳେ ଶୋଇ ଯାଆନ୍ତି । କିନ୍ତୁ ମାହି ପୁରା ଅଢେଇ ଘଣ୍ଟା ତାଙ୍କ ସହ କଥା ହୋଇଥିଲେ । ଆଉ ସେ ଯେତେବେଳେ ଜାଣିବାକୁ ପାଇଲେ ଯେ ଦୁହେଁ ଗୋଟିଏ ଟାଉନ୍ ର ମାନେ ରାଞ୍ଚିର ତାହା ପରେ ଆହୁରି ଖୁସି ହୋଇଥିଲେ । ପରସନାଲ୍ କଥା ମଧ୍ୟ ସେୟାର କରିଥିଲେ ।
ଯେମିତିକି ସେ ପ୍ରତିଦିନ ତାଙ୍କ ଝିଅ ଜିଭାକୁ ସ୍କୁଲ ଛାଡିବାକୁ ଯଆନ୍ତି । ତାଙ୍କ ମନ ପସନ୍ଦର ଖାଇବାଠୁ ଆରମ୍ଭ କରି ଭେକେସନ୍ ପ୍ଲାନ୍... କେମିତି ସେ ଅଟୋମବାଇଲ ପ୍ରେମରେ ପଡିଲେ...ସମସ୍ତ ବିଷୟରେ ସେୟାର କରିଥିଲେ ମାହି ।
ଆଉ ମାହିଙ୍କ ଭଳି ଲେଜେଣ୍ଡ୍ ଙ୍କ ଠାରୁ ଏସବୁ ଶୁଣି ପୁରା ଖୁସି ହୋଇପଡିଥିଲେ ଏହି ଫ୍ୟାନ୍ସ ଜଣଙ୍କ । ଶେଷରେ ମାହି ତାଙ୍କ ସହ ଏକ ସେଲଫି ନେଇଥିଲେ । ଯାହାକୁ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ ।
ଏହି ପୋଷ୍ଟରେ କିଛି ୟୁଜ କହିଛନ୍ତି ଲାଇଫ୍ ଟାଇମ୍ ପାଇଁ ପ୍ରୋଫାଇଲ୍ ପିକଚର୍ ମିଳିଗଲା । କେହି କେହି ତାଙ୍କୁ ଲକି କହିବା ସହ ସେ ମୁହୂର୍ତ୍ତ ସ୍ମରଣୀୟ ବୋଲି କହିଥିଲେ । ସତରେ ଜୀବନରେ ବେଳେ ବେଳେ କିଛି ଏମିତି ଘଟିଯାଏ ଯାହା ଆମେ କେବେ କଳ୍ପନା କରି ନଥାଉ କି ଭାବି ନଥାଉ ।
ଆହୁରି ପଢନ୍ତୁ ଖେଳ ଖବର....