ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଓସିଏ ପକ୍ଷରୁ ୨୨ ଜଣିଆ ଦଳ ଘୋଷଣା କରାଯାଇଛି ଏବଂ ଏଥିରେ ଆଠ ଜଣ ନୂଆ ମୁହଁ ରହିଛନ୍ତି । ଓପନର ବ୍ୟାଟସମାନ ଶାନ୍ତନୁ ମିଶ୍ରଙ୍କୁ ଏହି ଦଳର ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି ।
ଚଳିତ ବର୍ଷ ବିଜୟ ହଜାରେ ଟ୍ରଫିରେ କର୍ଣ୍ଣାଟକ, ଉତ୍ତର ପ୍ରଦେଶ, କେରଳ, ରେଳବାଇ ଏବଂ ବିହାର ସହ ଗ୍ରୁପ- ସି ରେ ସ୍ଥାନ ପାଇଛି ଓଡିଶା । ଏହି ଗ୍ରୁପର ମ୍ୟାଚ ବାଙ୍ଗାଲୋରରେ ଅନୁଷ୍ଠିତ ହେବ । ଫେବୃଆରୀ ୧୩ ତାରିଖରୁ ଓଡିଶା ଦଳ ବାଙ୍ଗାଲୋର ଯାତ୍ରା କରିବ ବୋଲି ଆଜି ଓସିଏ ପକ୍ଷରୁ ପ୍ରଭଂଜନ ମଲ୍ଲିକ ସୂଚନା ଦେଇଛନ୍ତି ।
ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଓଡିଶା ଦଲରେ ରଶ୍ମି ରଂଜନ ପରିଡାକୁ ମୁଖ୍ୟ କୋଚ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଦୀପକ ମଙ୍ଗରାଜଙ୍କୁ ବୋଲିଙ୍ଗ କୋଚର ଦାୟିତ୍ୱ ମିଳିଛି ।