ଅର୍ଗସ ବ୍ୟୁରୋ:ସିରିଜ୍ ଜିତିଲା ଭାରତ,ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟି-୨୦ରେ ନୀତୀଶ କୁମାର ଓ ରିଙ୍କୁ ସିଂହଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ବାଂଲାଦେଶକୁ ୮୬ ରନରେ ହରାଇଛି ଟିମ୍ ଇଣ୍ଡିଆ। ବ୍ୟାଟିଂ ଓ ବୋଲିଂରେ କମାଲ କରିଥିବା ନୀତୀଶ କୁମାର ରେଡ୍ଡୀ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେ ୩୪ ବଲରେ ୭୪ ରନ କରିଥିବାବେଳେ ବୋଲିଂରେ ୪ ଓଭର ପକାଇ ୨୩ ରନ ଦେବା ସହ ୨ଟି ୱିକେଟ ନେଇଛନ୍ତି। ନୀତୀଶ କୁମାର ୭୪,ରିଙ୍କୁ ସିଂ ୨୯ ବଲରେ ୫୩ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲରେ ୩୨ ରନ କରିଥିଲେ। ବାଂଲାଦେଶ ପକ୍ଷରୁ ମହମ୍ମଦୁଲ୍ଲା ସର୍ବାଧିକ ୪୧ ରନ୍ କରିଥିଲେ। ଭାରତ ପକ୍ଷରୁ ନୀତୀଶ କୁମାର ରେଡ୍ଡୀ,ବରୁଣ ଚକ୍ରବର୍ତ୍ତୀ, ୨ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର ଓ ଅଭିଷେକ ଶର୍ମା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।ଟେଷ୍ଟ ଭଳି ବାଂଲାଦେଶ ବିପକ୍ଷ ଟି-୨୦ ସିରିଜକୁ ଆଗୁଆ ୨-୦ରେ କବଜା କରି ଭାରତୀୟ ଟିମ୍। ପ୍ରଥମେ ଭାରତ ୨୨୨ ରନର ଟାର୍ଗେଟ ଦେଇଥିବା ବେଳେ ବାଂଲାଦେଶ ଟିମ୍ ୯ ୱିକେଟରେ କେବଳ ୧୩୫ ରନରେ ଅଟକି ଯାଇଛି। ୮୬ ରନରେ ଦ୍ୱିତୀୟକୁ ଟି-୨୦ ଜିତି ସୂର୍ଯ୍ୟ କୁମାର ଯାଦବଙ୍କ ଭାରତୀୟ ଟିମ ଗୋଟିଏ ମ୍ୟାଚ୍ ପୂର୍ବରୁ ସିରିଜ କବଜା କରିନେଇଛି। ଶେଷ ମ୍ୟାଚ୍ ଆସନ୍ତା ୧୨ ତାରିଖରେ ଖେଳାଯିବ
ଅର୍ଗସ ବ୍ୟୁରୋ: ନଭେମ୍ବର ୧ରେ ରାଜ୍ୟରେ ଖୋଲିବ ଖରିଫ ଧାନ ମଣ୍ଡି। ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା। ଏଥର ଚାଷୀଙ୍କଠାରୁ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣିବାକୁ ଘୋଷଣା କିରଛନ୍ତି ରାଜ୍ୟ ସରକାର। ଏଥିସହ ଧାନ କିଣା ପ୍ରକ୍ରିୟା ସୁବ୍ୟବସ୍ଥା କରିବାକୁ ମଣ୍ଡିରେ ରହିବେ ଅଧିକୃତ ଅଧିକାରୀ। ୪ ରୁ ୫ ଟି ମଣ୍ଡିକୁ ନେଇ ଜଣେ ଲେଖାଁଏ ସୁପରଭଇଜର ରହିବେ। ମଣ୍ଡିରେ ରହିବ କ୍ବାଲିଟି ଟେଷ୍ଟିଂ ମେସିନ। ଅଗାଡି ଏଫକ୍ୟୁ ଧାନ କୁ ଯାଞ୍ଚ କରାଯିବ। ମଣ୍ଡିରୁ ରାଇସ ମିଲ ପର୍ଯ୍ୟନ୍ତ ଧାନ ପରିବହନ ବ୍ୟବସ୍ତା ତଦାରଖ କରିବ ପରିବହନ ବିଭାଗ। ସେପଟେ ପଡୋଶୀ ରାଜ୍ୟରୁ ଧାନ ଯେମିତି ଓଡ଼ିଶା ମଧ୍ୟକୁ ପ୍ରବେଶ ନକରେ ସେଥିପାଇଁ ପାଟ୍ରୋଲିଂ ଟିମ୍ ମୁତୟନ ସହ ସିସିଟିଭି ବ୍ୟବସ୍ତା କରାଯିବ। ଚାଷୀଙ୍କ ଧାନ ବିକ୍ରି ଟୋକନ୍ ଲାପସ ନହେବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଥିପାଇଁ ତ୍ବରିତ ନିଷ୍ପତି ନେବାକୁ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ଆନ୍ତ ମନ୍ତ୍ରୀସ୍ତରୀୟ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ସେପଟେ ପୂର୍ବ ବିଜେଡି ସରକାର ଅମଳରେ ଯେଉଁଭଳି ଧାନକିଣାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ଆସୁଥିଲା ତାକୁ ନଜରରେ ରଖି ଏବେଠାରୁ ସତର୍କ ରାଜ୍ୟ ସରକାର। ତେଣୁ ମଣ୍ଡିରେ ଦୁର୍ନୀତି ରୋକିବା ଦିଗରେ ରାଜ୍ୟ ସରକାରଙ୍କ ରୋଡ୍ ମ୍ୟାପ ନେଇ ଯୋଗାଣ ସହାୟକମାନଙ୍କୁ ସତର୍କ କରାଇଛନ୍ତି ଯୋଗାଣମନ୍ତ୍ରୀ। ଯୋଗାଣ ସହାୟକମାନଙ୍କର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଚର୍ଚ୍ଚିତ ବଲିଉଡ୍ ସିନେମା ସିଂଘମର ଡାଇଲଗ୍ କହି ଯୋଗାଣ ସହାୟକମାନଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଏଥିସହ ଭୀଷ୍ଣ ସରଶଯ୍ୟା ଉପାଖ୍ୟାନ ଦେଇ ଯୋଗାଣ ସହାୟକମାନଙ୍କୁ ଚେତାବନୀ ବି ଦଇଛନ୍ତି ମନ୍ତ୍ରୀ। ଯେପରି ଭୀଷ୍ମ ପ୍ରତ୍ୟକ୍ଷ ଭାବେ ଅନ୍ୟାୟ କରିନଥିଲେ ବି କୌରବଙ୍କ ଅନ୍ୟାୟ ଦେଖି ଚୁପ୍ ରହିଥିଲେ ସେହିପରି ଯେଉଁମାନେ ଦୁର୍ନୀତି ଓ ଅନ୍ୟାୟ ଦେଖି ଚୁପ୍ ରହୁଛନ୍ତି ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧିନରେ ଓଡ଼ିଶର ପ୍ରାୟ ୩କୋଟି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳୁଛି ମାଗଣା ରାସନ୍। ଏହି
ସ୍କିମ ଅଧିନରେ ରହିଛନ୍ତି ରାଜ୍ୟର ସର୍ବାଧିକ ହିତାଧିକାରୀ। ଆଉ ଏହି ସ୍କିମରେ ହିଁ ହେଉଛି ସର୍ବାଧିକ ସ୍କାମ୍ ଅର୍ଥାତ ଦୁର୍ନୀତି। ମନ୍ତ୍ରୀ କହିଛନ୍ତି ବିଜେଡି ସରକାର ସମୟରେ ପୁଳା ପୁଳା ଦୁର୍ନୀତି ହେଉଥିଲା କିନ୍ତୁ ମୁଁ ଶପଥ ନେଇଛି ଏହି ବିଭାଗକୁ ସ୍ବଚ୍ଛ କରିବି। ଏଣୁ ଯୋଗାଣ ସହାୟକମାନଙ୍କୁ ସ୍ବାଚ୍ଛତା ରଖିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବିଜେଡି ସରକାରବେଳେ ରାଜ୍ୟରେ କିପରି ଥିଲା ଶିକ୍ଷା ବ୍ୟବସ୍ଥା ।.... ତାର ପୋଲ୍ ଖୋଲିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଯୁଧିଷ୍ଠିର ସରକାରୀ ବିଦ୍ୟାପୀଠ । 2023 ମସିହା ଏପ୍ରିଲ୍ 25ରେ 5T ସ୍କୁଲର ଉଦଘାଟନ କରିଥିଲେ ତତ୍କାଳୀନ ସରକାର । ହେଲେ ଦେଢ ବର୍ଷ ପରେ ବି ସ୍ମାର୍ଟ କ୍ଲାସର ସ୍ବାଦ ଚାଖି ନାହାନ୍ତି ପିଲା ।..... 5T ଅଧୀନରେ ଦୁଇ ତାଲା କୋଠା ନିର୍ମାଣ କରାଯାଇଥିବାବେଳେ ରୂପାନ୍ତିକରଣ ପାଇଁ ଆସିଥିବା 45 ଲକ୍ଷ ଟଙ୍କା, MLA ଓ MP ପାଣ୍ଠିରୁ 15 ଲକ୍ଷ ଟଙ୍କା ମିଶାଇ ସବୁ ଟଙ୍କା ଏହି ବିଲ୍ଡିଂରେ ସାରିଦେଲେ । ତଥାପି ପୁରୁଣା ଟିଣ ଘରେ ଚାଲିଛି କ୍ଲାସ୍ । ପଡିନି ନୂଆ ଟେବୁଲ୍ କି ଚ୍ୟାର୍ । ବର୍ଷା ହେଲେ ଟିଣରୁ ପାଣି ଗଳୁଛି । ଖରାଦିନେ ଅସହ୍ୟ ଗରମ ହେଉଛି । ଏପରିକି ନବମ ଓ ଦଶମ ଶ୍ରେଣୀରେ 214 ଛାତ୍ର ପାଠ ପଢୁଥିଲେ ସୁଦ୍ଧା ଏଠି କମ୍ପ୍ୟୁଟର ନାହିଁ କି ସାଇନ୍ସ ଲ୍ୟାବ୍ ନାହିଁ । ଏ ଯାଏଁ ଆରମ୍ଭ ହୋଇନି ଇ-ଲାଇବ୍ରେରୀ ।
ଖାଲି ଯୁଧିଷ୍ଠିର ବିଦ୍ୟାପୀଠର ବ୍ୟବସ୍ଥା ଏପରି ତାହା ନୁହେଁ । ନିତ୍ୟାନନ୍ଦ ପଣ୍ଡା ନୋଡାଲ୍ ଉଚ୍ଚ ବିଦ୍ୟଳୟରେ ବି ସମାନ ସ୍ଥିତି । ନାଁକୁ ପୁରୁଣା କାନ୍ଥରେ ରଙ୍ଗ ମାରି ଛାଡି ଦେଇଛନ୍ତି । ଶୌଚାଳୟ କାମ ଅଧପନ୍ତରିଆ, ପିଇବା ପାଣିର ନାହିଁ ସୁବିଧା । କାମ ସବୁ ଅଧ ପନ୍ତରିଆ ରଖି 45 ଲକ୍ଷ ଟଙ୍କାର ବିଲ୍ କରି ନେଇଛନ୍ତି । କେଉଁଠି କାନ୍ଥ ଫାଟି ଆଁ କଲାଣି ତ କେଉଁଠି ୱାସ୍ ବେସିନ ନିର୍ମାଣ ହୋଇନି । ଆସିଥିବା ଅଧା ଟଙ୍କା ଖର୍ଚ୍ଚ କରି ଆଉ ଅଧା ଟଙ୍କା କୁଆଡେ ଗଲା ତାର ତଦନ୍ତ କରି କାମ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି ଅଭିଭାବକ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, 2022-23 ଅଧ୍ୟୟନ କରୁଥିବା 68 ଜଣ ଛାତ୍ରୀଙ୍କ ସାଇକେଲ ପାଇଁ ଆସିଥିବା 2600 ଟଙ୍କା ପ୍ରଦାନ କରିନି ଶିକ୍ଷା ବିଭାଗ । ଏନେଇ ଛାତ୍ରୀ ଓ ଅଭିଭାବକ ଗୋଷ୍ଠୀ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଆଜି ଯାଏଁ ଟଙ୍କା ପାଇନଥିବା ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟର ପୁରାତନ ଛାତ୍ରୀ ।
5T ଅଧୀନରେ ସ୍କୁଲ୍ ରୂପାନ୍ତରକରଣ ନାଁରେ ଠିକାଦାର୍ ଓ ବ୍ଲକ୍ ପ୍ରଶାସନ ଚଞ୍ଚକତା କରି ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏଠି ପ୍ରଶ୍ନ, କ'ଣ 24 ବର୍ଷ ସରକାରରେ ଏୟା ଥିଲା ବିଜେଡିର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ? ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଗାଁକୁ ଅଡୁଆ କାଦୁଅ ରାସ୍ତା...ରାସ୍ତା ଦେଖିଲେ ଜଣା ପଡୁନି ଏହା ରାସ୍ତା ନା କାଦୁଅ ପଚ୍ ପଚ୍ ଜମି। ଯେଉଁଠି ଦେଖ ବଡ ବଡ ଖାଲ ସହ କାଦୁଅ । କଲବଲ କରୁଛି ଏହି ରାସ୍ତା। ବିକାଶ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧୁସିତ ମୟୂରଭଞ୍ଜ ରାଇରଙ୍ଗପୁର କଲରାବଣି ଗାଁରେ | ଗାଁରେ 100ରୁ ଅଧିକ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଗାଁକୁ ଯିବାକୁ ଭଲ ରାସ୍ତା ଟିଏ ନାହିଁ। ଦୁଇ କିଲୋମିଟର ରାସ୍ତା କାଦୁଅ ପଚ ପଚ ରହିଛି | ଫଳରେ ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ପକ୍କା ରାସ୍ତାଟେ ପାଇଁ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲେ ..କିନ୍ତୁ କେହି ଶୁଣିଲେ ନାହିଁ। ତେଣୁ ପ୍ରତିବାଦରେ କାଦୁଅ ପଚପଚ ରାସ୍ତାରେ ଧାନ ରୋଇ ପ୍ରତିବାଦ କରିଛନ୍ତି ଗାଁ ଲୋକ ।
ଖାଲି ରାସ୍ତା କାହିଁକି ଗାଁରେ ପନୀୟ ଜଳ ସମସ୍ୟ ମଧ୍ୟ ଉତ୍କଟତର। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଗାଁରେ ଫେଲ୍ ମାରିଛି। ଗାଁରେ ପାଞ୍ଚଟି ନଳକୂପ ଥିବା ବେଳେ ୪ଟି ଖରାପ। ଗୋଟାଏ ନଳକୂପ ପାଣି ଅଞ୍ଛଳବାସୀଙ୍କ ପାଇଁ ନିଅଣ୍ଟ ହେଉଛି। ଦୁର୍ଗମବାସୀଙ୍କୁ ବିକାଶ ଧୋକା। ରାସ୍ତା ପାଇଁ କଲବଲ ଓ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଦୁର୍ଗମବାସୀ। ଏମାନଙ୍କ ପାଇଁ ପକ୍କା ସଡକ ଓ ବିଶୁଦ୍ଧ ପାନୀୟ ଜଳ ଆଜିବି ସାତ ସପନ।
ଅଧିକ ପଢ଼ନ୍ତୁ ଓଡିଶା ଖବର: