1983 ମସିହାରେ ପ୍ରଥମ ଥର ପାଇଁ ବିଶ୍ୱକପ ଜିତିଥିବା ଭାରତୀୟ ଦଳର କାହାଣୀ ଏବଂ ଖେଳାଳିଙ୍କ ବିଶ୍ୱକପ ଯାତ୍ରା ବିଷୟରେ କବୀର ଖାନ ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଏହି ଚଳଚ୍ଚିତ୍ରରେ ରଣବୀର ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ ଏବଂ ଦୀପିକା ପାଦୁକୋନ କପିଲ ଦେବଙ୍କ ପତ୍ନୀ ଭୂମିକାରେ ନଜର ଆସିବେ।
ଉଲ୍ଲେଖନୀୟ କଥା ହେଉଛି, 25 ଜୁନ୍ 1983 ରେ, ଲର୍ଡସର ଐତିହାସିକ ଗ୍ରାଉଣ୍ଡରେ ୱେଷ୍ଟଇଣ୍ଡିଜକୁ 43 ରନରେ ପରାସ୍ତ କରି ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା ।
ଭାରତୀୟ ଦଳର କମାଣ୍ଡ ସେତେବେଳେ କପିଲ ଦେବଙ୍କ ହାତରେ ଥିଲା ଏବଂ ତାଙ୍କ ବ୍ୟତୀତ ସୁନୀଲ ଗାଭାସ୍କର, କୃଷ୍ଣମାଚାର୍ଯ୍ୟ ଶ୍ରୀକାନ୍ତ, ମହିନ୍ଦର ଅମରନାଥ, ଯଶପାଲ ଶର୍ମା, ଏସଏମ ପାଟିଲ, କିର୍ତ୍ତୀ ଆଜାଦ, ରୋଜର ବିନି, ମଦନ ଲାଲ, ସଇଦ କିର୍ମାନି ଏବଂ ବଲୱିନ୍ଦର ସାନ୍ଧୁଙ୍କ ଦଳରେ ଥିଲେ।