କ୍ରିକବଜ୍ ରିପୋର୍ଟ ମୁତାବକ, ଜୋଶ ହେଜଲଉଡ୍ଙ୍କୁ ଆଘାତ ଲାଗିଥିଲା। ବର୍ତ୍ତମାନ ସେ ଠିକ୍ ଭାବେ ସୁସ୍ଥ ହୋଇନାହାନ୍ତି। ଆହତ କାରଣରୁ ହିଁ ସେ ନାଗପୁରରେ ଖେଳିବେ ନାହିଁ। କେବଳ ଏତିକି ନୁହେଁ, ଦିଲ୍ଲୀର ଦ୍ବିତୀୟ ଟେଷ୍ଟରେ ମଧ୍ୟ ହେଜଲଉଡ୍ ଖେଳିବା ସନ୍ଦେହଜନକ। ତାଙ୍କ ସ୍ଥାନରେ ସ୍କଟ ବୋଲାଣ୍ଡଙ୍କୁ ଦଳରେ ସାମିଲ କରାଯାଇଛି। ସେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ବାହାରେ ଟେଷ୍ଟ ଖେଳିବେ। ପ୍ରକାଶ ଥାଉ କି, ଗତ ମାସରେ ସିଡନୀ ଟେଷ୍ଟ ସମୟରେ ହେଜଲଉଡ୍ ଆହତ ହୋଇଥିଲେ।
ଟେଷ୍ଟ ମ୍ୟାଚ୍ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ବଡ଼ ଝଟକା
Download Argus News App
