ଆଜି ଏମିତି ଏକ ଖବର କଥା କହୁଛୁ ଯେଉଁଥିରେ ପାକିସ୍ତାନର ପୂର୍ବତନ କ୍ୟାପଟେନ ଶାହିଦ ଆଫ୍ରିଦିଙ୍କ ଟ୍ବିଟ ଏବେ ଚର୍ଚ୍ଚାରେ। ସେ ଖେଳକୁ ନେଇ କୌଣସି ଟ୍ବିଟ କରି ନାହାନ୍ତି। ସେ ତାଙ୍କ ଝିଅକୁ ନେଇ ନିଜର କ୍ରୋଧ ଜାହିର କରିଛନ୍ତି। ଆଫ୍ରିଦିଙ୍କ ଝିଅ ଅଂଶା ଆଫ୍ରିଦିଙ୍କ ବିବାହ ନିକଟରେ ହୋଇଛି। ଅଂଶାଙ୍କ ନିକାହ ପାକିସ୍ତାନର ଫାଷ୍ଟ ବୋଲର ଶାହୀନ ଶାହ ଆଫ୍ରିଦିଙ୍କ ସହ ହୋଇଥିଲା। କିନ୍ତୁ ଅଂଶାଙ୍କ ନାଁକୁ ନେଇ କେହି ଜଣେ ଫେକ ଆକାଉଣ୍ଟ ବନାଇଛି। ବିବାହ ପରେ ଅଂଶାଙ୍କ କିଛି ଫଟୋ ଏକ ଫେକ୍ ଆକାଉଣ୍ଟରୁ ପୋଷ୍ଟ କରାଯାଉଥିଲା। ଏହାକୁ ନେଇ ଶାହିଦ ଆଫ୍ରିଦି ରାଗିଯାଇଛନ୍ତି। ଏବଂ ଉକ୍ତ ଫେକ୍ ଆକାଉଣ୍ଟ ବ୍ୟକ୍ତି ଉପରେ ବର୍ଷି ପଡ଼ିଛନ୍ତି।
ଶାହିଦ ଆଫ୍ରିଦି ସୋମବାର ଏକ ସ୍କ୍ରିନଶଟ୍ ଶେୟାର କରି ଉକ୍ତ ବ୍ୟକ୍ତିଙ୍କୁ ଗାଳି କରିଛନ୍ତି। ଆଫ୍ରିଦି ଲେଖିଛନ୍ତି ମୋ ଝିଅ ମାନେ ସୋସିଆଲ ମିଡିଆରେ ନାହାନ୍ତି। ଯିଏ ଭି ତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲିଛନ୍ତି। ଏହା ମୁଁ କେବେ ବରଦାସ୍ତ କରିବି ନାହିଁ। ଯିଏ ବି ଏଭଳି କରିଛି ତାଙ୍କ ବିରୋଧରେ ଅଭିଯୋଗ କରାଯିବ। ଏହା ଏକ ଅପରାଧ।
ପ୍ରକାଶ ଥାଉ କି, ଶାହୀନ ଆଫ୍ରିଦି ଏବଂ ଅଂଶା ଆଫ୍ରିଦିଙ୍କ ବିବାହ ଫେବୃୟାରୀ ୩ ତାରିଖରେ କରାଚିରେ ହୋଇଥିଲା। ଉଭୟଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଦୁଇଜଣଙ୍କ ନିକାହ ସମ୍ପନ୍ନ ହୋଇଥିଲା। ଏହି ନିକାହରେ ପାକିସ୍ତାନର ପୂର୍ବତନ ଖେଳାଳି ଏବଂ ଏବେକାର ଖେଳାଳିମାନେ ସାମିଲ ହୋଇଥିଲେ। ପାକିସ୍ତାନ ଦଳର ଅଧିନାୟକ ବାବର ଆଜମ, ସର୍ଫରାଜ ଅହମ୍ମଦଙ୍କ ସମେତ ଅନ୍ୟ ଖେଳାଳିମାନେ ମଧ୍ୟ ଉପସ୍ଥିତ ଥିଲେ। ଶାହିନ ଏବଂ ଅଂଶାଙ୍କ ଏନଗେଜମେଣ୍ଟ ୨ବର୍ଷ ପୂର୍ବରୁ ସରିଥିଲା। କରୋନା ମହାମାରୀ ଯୋଗୁ ବିବାହକୁ ସ୍ଥଗିତ ରଖାଯାଇଥିଲା। ଏବେ ଧୁମଧାମରେ ଉଭୟଙ୍କ ନିକାହ ହୋଇଛି। ଶାହିନ ଏବେ ପାକିସ୍ତାନ ଟିମର ଜଣେ ଦ୍ରୂତତମ ବୋଲର ଭାବେ ପରିଚିତ ଥିବାବେଳେ ଶାହିଦ ଆଫ୍ରିଦି ପାକିସ୍ତାନର ପୂର୍ବତନ ଲେଜେଣ୍ଡ କ୍ୟାପଟେନ କହିଲେ ଭୂଲ ହେବନାହିଁ। ଶାହିଦ ତାଙ୍କ ଜ୍ବାଇଁ ଶାହିନଙ୍କୁ ତାଙ୍କ ୧୦ ନମ୍ବର ଜର୍ସିର ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି।