ଜର୍ମାନୀ ଏହା ପୂର୍ବରୁ ୨୦୦୨ ମସିହା ଏବଂ ୨୦୦୬ରେ ବିଶ୍ବ ଚାମ୍ପିୟନ ହୋଇଥିଲା। ପୁରୁଷ କହି ବିଶ୍ବକପ ଚାମ୍ପିୟନଶିପରେ ସର୍ବାଧିକ ଥର ପାକିସ୍ତାନ ବିଜୟ ହାସଲ କରିଛି। ଚାରି ଥର ବିଶ୍ବକପ ଟ୍ରଫି ନିଜ ଦେଶ ନାଁରେ କରିଥିଲେ ମଧ୍ୟ ଏଥର ଯୋଗ୍ୟତା ଅର୍ଜନ କରି ନ ଥିଲା। ମୋଟ ଊରେ ଜର୍ମାନୀ କିନ୍ତୁ ନବମ ଥର ପାଇଁ ପଦକ ଜିତିଛି। ଯେଉଁଥିରେ ପଶ୍ଚିମ ଜର୍ମାନୀର ୪ ପଦକ ସାମିଲ ରହିଛି। ଅନ୍ୟପକ୍ଷରେ ଉପବିଜେତା ବେଲଜିୟମ କ୍ରମାଗତ ବିଶ୍ବକପ ଜିତିବାର ଗୌରବରୁ ବଞ୍ଚିତ ରହିଲା।
କଳିଙ୍ଗ ହକି ଷ୍ଟାଡିୟମରେ ଅନୁଷ୍ଠିତ ରବିବାର ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ ୧୪ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କୁ ୟୁରୋପୀୟ ହକିର ନିଖୁଣ ନିଦର୍ଶନ ଦେଖାଇଥିଲା। ମ୍ୟାଚ ଆରମ୍ଭରେ ବେଲଜିୟମ ଏବଂ ଜର୍ମାନୀ ଦମଦାର ପ୍ରଦର୍ଶନ କରିଥିଲା। ଏହାର ଗୋଟିଏ ମିନିଟ ପରେ କସିନ୍ସ ତାଙ୍ଗୁଏ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ସେହିପରି ଦ୍ବିତୀୟ କ୍ବାର୍ଟରରେ ଜର୍ମାନୀ ଆକ୍ରମଣାତ୍ମକ ଖେଳ ଖେଳିଥିଲେ ହେଁ ମିଳିଥିବା ୩ଟି ପେନାଲଟି ସୁଟଆଉଟକୁ ଗୋଟିଏ ହେଲେ ଗୋଲରେ ପରିଣତ କରିପାରି ନ ଥିଲା। ତୃତୀୟ କ୍ବାଟରରେ ଜର୍ମାନୀ ଭଲ ପ୍ରଦର୍ଶନ କରିଥିଲା।
ଚତୁର୍ଥ କ୍ବାଟରରେ ଦୁଇ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ଜର୍ମାନୀର ଟମ ଗ୍ରାମବ୍ରୁସ ମ୍ୟାଟ୍ସ ଗୋଲ ଦେଇ ଜର୍ମାନୀକୁ ୩-୨ରେ ଅଗ୍ରଣୀ କରାଇଥିଲେ। ଜର୍ମାନୀ ଗୋଲ ପୋଷ୍ଟ ଉପରେ ଘନ ଘନ ଆକ୍ରମଣ କରିଥିଲା ବେଲଜିୟମ। ପରେ ଜର୍ମାନୀ ୫-୪ରେ ବେଲଜିୟମକୁ ମାତ ଦେବାରେ ସଫଳ ହୋଇଛି।
ଓଡ଼ିଶାର ଭୁବନେଶ୍ବର ଏବଂ ରାଉରକେଲାରେ ବିଶ୍ବକପ ହକି ପାଇଁ ସବୁପ୍ରକାର ଆୟୋଜନ କରାଯାଇଥିଲା। ଚାରିଆଡେ ହକିର କ୍ରେଜ ଦେଖିବାକୁ ମିଳିଥିଲା। ଆଲୋକମାଳାରେ ଦୁଇ ସହର ଅତି ସୁନ୍ଦର ଭାବେ ସଜେଇ ହୋଇଥିଲା। ମ୍ୟାଚର ଉଦ୍ଘାଟାନୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ହୋଇଥିବାବେଳେ ଉଦ୍ଯାପନୀ ମ୍ୟାଚ କିନ୍ତୁ ସେପରି ହୋଇ ନ ଥିଲା। କାରଣ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗତ କାଲି ଝାରସୁଗୁଡାର ବ୍ରଜରାଜନଗର ଠାରେ ସମସ୍ତଙ୍କ ସାମ୍ନାରେ ଜଣେ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିଥିଲେ। ଏଥିରେ ପୁରା ଓଡ଼ିଶା ସ୍ବବ୍ଧ ହୋଇଯାଇଛି। କାରଣ ଏହା ଓଡ଼ିଶା ଇତିହାସରେ ପ୍ରଥମ ଘଟଣା।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।