କିନ୍ତୁ ରିଷଭ ଇନଷ୍ଟାରେ ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ କ୍ୟାପସନରେ ସେ ଲେଖିଛନ୍ତି ଯେ, ଯେଉଁଠାରେ ଭୟ ଶେଷ ହୁଏ ସହିଠାରୁ ଜୀବନ ଆରମ୍ଭ ହୁଏ। ଏହି ପୋଷ୍ଟ ଏବେ ତାଙ୍କର ଭାଇରାଲ ହେବାରେ ଲାଗିଛି। ୟୁଜର୍ସମାନେ ମଧ୍ୟ ଏଥିରେ ପନ୍ତଙ୍କୁ ଢେରସାରା କମେଣ୍ଟ ଦେଇଛନ୍ତି।
ନିକଟରେ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ ଏକାଡେମୀରେ ରିଷଭଙ୍କୁ ଦେଖିବାକୁ ମିଳିଥିଲା। ଏହାବ୍ୟତୀତ ଯେତେବେଳେ ଭାରତୀୟ ଦଳ ଏସିଆ କପ ଖେଳିବାକୁ ଶ୍ରୀଲଙ୍କା ଯାଉଥିଲା। ରିଷଭଙ୍କୁ ଅନ୍ୟ ଖେଳାଳିଙ୍କ ସହ ଦେଖିବାକୁ ମିଳିଥିଲା। ବାସ୍ତବରେ ଓ୍ବାର୍ଲ୍ଡକପରେ ରିଷଭଙ୍କ ଅନୁପସ୍ଥିତି ଫ୍ୟାନମାନଙ୍କୁ କଷ୍ଟ ଦେଇଛି। ତାଙ୍କ ଅନୁପସ୍ଥିତିରେ ଇଶାନ କିଶନ ଏବଂ କେ.ଏଲ ରାହୁଲଙ୍କୁ ଇଣ୍ଡିଆର ଓ୍ବିକେଟ କିପର ଭାବେ ଦେଖିବାକୁ ମିଳିବ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର