ଅର୍ଗସ ଲେନସରେ ଡନର ପ୍ରେମିକା
ଅର୍ଗସ ବ୍ୟୁରୋ: ପୂର୍ବତନ ଭାରତୀୟ ବ୍ୟାଟସମାନ ସୁବ୍ରମଣ୍ୟମ ବଦ୍ରୀନାଥ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ସେ କରୋନା ପଜିଟିଭ ଚି଼ହ୍ନଟ ହୋଇଥିବାର ନିଜେ ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି।
ତାଙ୍କ ନିକଟରେ କରୋନାର ଲକ୍ଷଣ ଥିଲା ସେଥିପାଇଁ ସେ ନିଜ ଘରେ ଆଇସୋଲେସନ ରହୁଥିଲେ ବୋଲି ସୂଚନା ଦେଇଛନ୍ତି। ଏହା ସହ ସେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସମସ୍ତ ପ୍ରୋଟୋକଲ ମାନି ଆଇସୋଲେସନରେ ରହୁଥିବାର ଉଲେଖ କରିଛନ୍ତି।
ବଦ୍ରୀନାଥ ମଧ୍ୟ ରୋଡ଼ ସେଫଟି ୱାର୍ଲଡ ସିରିଜରେ ଭାରତ ଲିଜେଣ୍ଡସ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ। ପୂର୍ବରୁ ଏହି ଦଳର ଦୁଇ ଖେଳାଳି ସଚିନ ତେନ୍ଦୁଲକର ଏବଂ ଯୁସୁଫ ପଠାନ ମଧ୍ୟ କରୋନା ପଜିଟିଭ ଚି଼ହ୍ନଟ ହୋଇ ସାରିଛନ୍ତି।