20 ହଜାରରୁ ଅଧିକ ପାସ୍ ଭିଆପି ମାନେ ନେଇଯାଇଛନ୍ତି । ସେପଟେ ଖଣ୍ଡିଏ ପାସ୍ ପାଇଁ ହଜାର ହଜାର କ୍ରିକେଟ୍ ପ୍ରେମୀ ଲାଇନ ଲଗାଇଥିବାବେଳେ ଅନେକ ନିରାଶ ହୋଇ ଫେରିଛନ୍ତି । ବାରବାଟୀରେ ଦର୍ଶକଙ୍କ କ୍ଷମତା ରହିଛି 45 ହଜାର । ହେଲେ ମାତ୍ର 12 ହଜାର ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରୀ ହେଉଥିଲା । ପ୍ରାୟ ୨୦ ହଜାରରୁ ଅଧିକ ଟିକେଟ୍ ଓସିଏ ଏବଂ ବିସିସିିଆଇ ତାଙ୍କର ସହ ସହବନ୍ଧିତ ସଂସ୍ଥା, ଭିଆଇପିଙ୍କୁ ପାସ ଆକାରରେ ଦେଇଦେଇଛି । ଯାହା ଫଳରେ ହଜାର ହଜାର ଲୋକେ ଟିକେଟ୍ ପାଇଁ ରାତି ଅନିଦ୍ରା ହୋଇ ଖାଲି ହାତରେ ନିରାଶ ହୋଇ ଫେରିଥିଲେ ।
ଦୀର୍ଘ ଅଢ଼େଇ ବର୍ଷ ବ୍ୟବଧ୍ୟାନ ପରେ ପୁଣି ବାରବାଟୀରେ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ । ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍ । ଚଳିତ ୫ ଟିକିଆ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ସେମାନେ ଏଠାରେ ପଡ଼ିଆକୁ ଓହ୍ଲାଇବେ । ଏହି ମ୍ୟାଚ୍କୁ ନେଇ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି ।
So many people approached me for "passes" which I couldn't provide for the #T20 cricket match at Cuttack.
In India, the "PASS" system should be ABOLISHED as it is patronage based and discretionary. When Hon'ble CM @Naveen_Odisha purchased a ticket, why "passes"? #AbolishPass — Dr. Amar Patnaik (@Amar4Odisha) June 12, 2022
ସିରିଜ୍ର ପ୍ରଥମ ମ୍ୟାଚ୍ ଭାରତ ହାରିଥିଲା । ବାରବାଟୀରେ ମ୍ୟାଚ୍ ଜିତି ଦଳ ସିରିଜ୍କୁ ସମାନ ସ୍ଥିତିକୁ ଆଣିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପକ୍ଷରେ ସାଉଥ୍ ଆଫ୍ରିକା ତା’ର ବିଜୟ ଅଭିଯାନକୁ ଜାରି ରଖିବାକୁ ପ୍ରୟାସ କରିବ । ତେଣୁ ବାରବାଟୀରେ ଆଜି ଦୁଇ ଦଳ ଭିତରେ ଦମ୍ଦାର ଟକ୍କର ହେବ ବୋଲି ଆଶା କରୁଛନ୍ତି କ୍ରିକେଟ୍ ପ୍ରେମୀ ।