ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆକୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗୁଛି । ପ୍ରଥମେ ଶିଖର ଧାୱନ ବିଶ୍ୱକପ୍ରୁ ବାଦ୍ ପଡ଼ିଥିଲେ ପୁଣି ପରେ ବିଜୟଶଙ୍କର ଆହତ ହୋଇ ବାଦ୍ ପଡ଼ିଛନ୍ତି । ଠିକ୍ ସେହିଭଳି ଟିମ୍ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି ।
ବିଶ୍ୱକପ୍ ପାଇଁ ଚୟନ ହୋଇଥିବା ଟିମ୍ରେ ଅମ୍ବାତିଙ୍କୁ ସ୍ଥାନ ମିଳି ନଥିଲା । ତେବେ ଏନେଇ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା କୁହାଯାଉଛି । ଅନ୍ୟପଟେ ଏନେଇ ଅମ୍ବାତି ଆଜି ବିସିସିଆଇକୁ ପତ୍ର ଲେଖି ଜଣାଇଛନ୍ତି ।
15 ଜଣିଆ ଟିମ୍ରେ ସ୍ଥାନ ନମିଳିବା ଏବଂ ଧାୱନ, ବିଜୟଶଙ୍କରଙ୍କ ସ୍ଥାନରେ ତାଙ୍କୁ ନନେବାକୁ ନେଇ ସେ କ୍ଷୁବ୍ଧ ଥିଲେ । ବିଶ୍ୱକପ୍ରେ ଶିଖରଙ୍କ ସ୍ଥାନରେ ପନ୍ତ ଏବଂ ବିଜୟଶଙ୍କରଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ସ୍ଥାନ ଦିଆଯାଇଛି ।
ଏମିତି ମଧ୍ୟ କୁହାଯାଉଛି ଯେ ଅମ୍ବାତିଙ୍କୁ ଥ୍ରିଡି ଚଷମା ଉପାଖ୍ୟାନ ଭାରି ପଡ଼ିଲା । ଭାରତୀୟ ଟିମ୍ର ମୁଖ୍ୟ ଚୟନକର୍ତ୍ତା 15 ଜଣିଆ ଟିମ୍ ଇଣ୍ଡିଆ ଚୟନ କଲାବେଳେ ବିଜୟଶଙ୍କରଙ୍କୁ 3D ପ୍ଲେୟର ବୋଲି କହିଥିଲେ । ଏହାପରେ ଟିମ୍ ଚୟନ ହେବାପରେ ୱାର୍ଲଡ୍ କପ୍ ଦେଖିବାକୁ ଥ୍ରିଡି ଚଷମା ଅର୍ଡର ଦେଇଥିବା କହିଥିଲେ ଅମ୍ବାତି । ହୁଏତ ଅମ୍ବାତିଙ୍କ ଏହି ମନ୍ତବ୍ୟ ଚୟନକର୍ତ୍ତାଙ୍କୁ ପସନ୍ଦ ଆସିଲାନି । ଯେତେବେଳେ ପ୍ଲେୟର ରିପ୍ଲେସ୍ମେଣ୍ଟ କଥା ଆସିଲା ଅମ୍ବାତିଙ୍କୁ ଆଉ ଚାନ୍ସ ମିଳିଲାନି ।
ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ ଅମ୍ବାତି ଏବେ ଆଇସ୍ଲ୍ୟାଣ୍ଡ ପାଇଁ ଖେଳିପାରନ୍ତି । ଆଇସଲ୍ୟାଣ୍ଡ କ୍ରିକେଟ ବୋର୍ଡ ଅମ୍ବାତିଙ୍କୁ ନିଜ ଦେଶର ନାଗରିକତାର ଅଫର ଦେଇଛନ୍ତି । ତେବେ ଏମିତି ମଧ୍ୟ କୁହାଯାଉଛି ଯେ ଆଇସିଲ୍ୟାଣ୍ଡ କ୍ରିକେଟ ବୋର୍ଡର ଏହି ଅଫର ପାଇଁ ସନ୍ନ୍ୟାସ ନେଇଛନ୍ତି ଅମ୍ବାତି ।
ଅମ୍ବାତି ଦିନିକିଆରେ ୧୬୯୪ ରନ୍ କରିଛନ୍ତି । ତାଙ୍କର ସର୍ବୋଚ୍ଚ ରନ୍ ସ୍କୋର ରହିଛି ୧୨୪ । ସେ ୩ଟି ଶତକ ଓ ୧୦ଟି ଅର୍ଦ୍ଧଶତକ କରିଛନ୍ତି । ତେବେ ୫ଟି ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ୍ରେ ସେ ମାତ୍ର ୪୨ ରନ୍ କରିଛନ୍ତି ।
ଅର୍ଗସ ବ୍ୟୁରୋ : ଉତ୍ତରାଖଣ୍ଡ ଉତ୍ତରକାଶୀରେ ଘଟିଥିବା ଟନେଲ ଦୁର୍ଘଟଣାରେ ଉଦ୍ଧାର ହେଲେ ସମସ୍ତ ଶ୍ରମିକ । ଟନେଲ ଫସିଯାଇଥିଲେ ୪୧ ଜଣ ଶ୍ରମିକ । ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ତେବେ ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରି ଖୁସି ବ୍ୟକ୍ତ କରିଛନ୍ତି । ସେ ନିଜ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଶ୍ରମିକ ଏବଂ ଉଦ୍ଧାରକାରୀ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Joy and a sense of relief to learn about the rescue of all the workers trapped in #Uttarkasi. The courage and resilience of our Shramiks in the face of adversity is commendable.
Appreciate everyone who worked tirelessly to make this difficult rescue operation successful. — Dharmendra Pradhan (@dpradhanbjp) November 28, 2023
ଅର୍ଗସ ବ୍ୟୁରୋ : ସରିଲା ଉଦ୍ଧାର କାର୍ଯ୍ୟ, ୪୦ ମିନିଟରେ ବାହାରିଲେ ୪୧ ଶ୍ରମିକ । ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ଉତ୍ତରକାଶୀ ଟନେଲରେ ଫସି ରହିଥିଲେ ୪୧ ଜଣ ଶ୍ରମିକ । ଶ୍ରମିକମାନେ ୧୭ ଦିନ କାଳ ଟନେଲ ଭିତରେ ଫସି ରହିଥିଲେ ହେଁ ସମସ୍ତେ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛନ୍ତି ।
ତେବେ ୧୭ ଦିନ ପରେ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଟନେଲରୁ ବାହାର କରାଯାଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ଟ୍ୱିଟ କରି କହିଛନ୍ତି, “ଉତ୍ତରାଖଣ୍ଡ ଟନେଲରେ ଫସି ରହିଥିବା ଶ୍ରମିକମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବାରୁ ମୁଁ ଅତ୍ୟନ୍ତ ଆଶ୍ୱସ୍ତି ଓ ଖୁସି ଅନୁଭବ କରୁଛି । ୧୭ ଦିନ ଧରି ଚାଲିଥିବା ଅକ୍ଲାନ୍ତ ପରିଶ୍ରମ ସଫଳ ହୋଇଛି। ଅନେକ ଘାତପ୍ରତିଘାତ ସତ୍ତ୍ୱେ ମିଶନ ସଫଳ ହୋଇଛି ।
I feel relieved and happy to learn that all the workers trapped in a tunnel in Uttarakhand have been rescued. Their travails over 17 days, as the rescue effort met with obstacles, have been a testament of human endurance. The nation salutes their resilience and remains grateful… — President of India (@rashtrapatibhvn) November 28, 2023
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉଦ୍ଧାରକାରୀ ଟିମକୁ ଶୁଭେଛା ଜଣାଇଛନ୍ତି । ଏହା ମାନବିକତା ଓ ଟିମ ୱାର୍କର ଚମତ୍କାର ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମୋଦି କହିଛନ୍ତି, “ଉତ୍ତରକାଶୀରେ ଆମର ଶ୍ରମିକ ଭାଇମାନଙ୍କ ରେସ୍କ୍ୟୁ ଅପରେସନର ସଫଳତା ପ୍ରତ୍ୟେକଙ୍କୁ ଭାବପ୍ରବଣ କରିବା ଦେବା ଭଳି ଘଟଣା । ଟନେଲରେ ଯେଉଁ ସାଥୀମାନେ ଫସି ରହିଥିଲେ ସେମାନଙ୍କୁ ମୁଁ କହିବାକୁ ଚାହେଁ ଯେ ଆପଣଙ୍କ ସାହାସ ଓ ଧୈର୍ଯ୍ୟ ଯେକୌଣସି ଲୋକଙ୍କୁ ପ୍ରେରଣା ଦେବ ।
उत्तरकाशी में हमारे श्रमिक भाइयों के रेस्क्यू ऑपरेशन की सफलता हर किसी को भावुक कर देने वाली है।
टनल में जो साथी फंसे हुए थे, उनसे मैं कहना चाहता हूं कि आपका साहस और धैर्य हर किसी को प्रेरित कर रहा है। मैं आप सभी की कुशलता और उत्तम स्वास्थ्य की कामना करता हूं।
यह अत्यंत… — Narendra Modi (@narendramodi) November 28, 2023