ସୂଚନା ଅନୁସାରେ ପାଂଚୋଟି ଦଳ ମଧ୍ୟରୁ ଜଣେ ତାଙ୍କୁ ମାର୍କେ ପ୍ଲେୟାର ଭାବେ ବାଛି ନଥିବାରୁ ପଠାନ ବର୍ତ୍ତମାନ ଏକ ପ୍ଲେୟାର୍ ଡ୍ରାଫ୍ଟରେ ରହିଛନ୍ତି । ଡ୍ରାଫ୍ଟର ସବିଶେଷ ତଥ୍ୟ ଏବଂ ଫ୍ରାଞ୍ଚାଇଜ୍ ମାଲିକମାନଙ୍କ ସମ୍ବନ୍ଧରେ ଏପର୍ଯ୍ୟନ୍ତ ଚୂଡାନ୍ତ ଘୋଷଣା ହୋଇ ନାହାଁନ୍ତି । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ମଧ୍ୟଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ କେତେକ ସରକାରୀ ମଞ୍ଜୁରୀକୁ ଅପେକ୍ଷା କରିଛି । ଏଥିରେ ପାଞ୍ଚଟି ଫ୍ରାଞ୍ଚାଇଜ୍ କଲମ୍ବୋ, କାଣ୍ଡି, ଗାଲ୍, ଡାମବୁଲ୍ଲା ଏବଂ ଜାଫ୍ନା ପ୍ରତିନିଧିତ୍ୱ କରିବେ । ଆଜି ଏସଏଲସି କାର୍ଯ୍ୟନିର୍ବାହୀ କମିଟି ଏହି ଟୁର୍ନାମେଣ୍ଟ ପାଇଁ ଅନୁମୋଦନ ପ୍ରଦାନ କରିଛି ।
"ଏହି ଟୁର୍ଣ୍ଣାମେଣ୍ଟରେ ୨୩ ଟି ଲିଗ୍ ମ୍ୟାଚ ଆର ପ୍ରେମାଦାସା ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍, ରଙ୍ଗିରି ଡାମବୁଲୁ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍, ପାଲେକେଲେ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ ଏବଂ ସୁରିଆୱେୱା ମହିନ୍ଦା ରାଜାପାକସେ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର ଚାରୋଟି ଅନ୍ତର୍ଜାତୀୟ ସ୍ଥାନରେ ଖେଳାଯିବ । କଲମ୍ବୋ, କାଣ୍ଡି, ଗାଲ୍ ଡାମବୁଲ୍ଲା ଏବଂ ଜାଫ୍ନା ଆଦି ପାଂଚୋଟି ସହରର ପାଂଚୋଟି ଟିମ ଏଥିରେ ଅଂଶଗ୍ରହଣ କରିବେ ।