ସ୍ପୋର୍ଟ୍ସ ଅଥେରେଟି ଅଫ ଇଣ୍ଡିଆ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଏହି କ୍ୟାମ୍ପରେ 33 ଜଣ ପୁରୁଷ ଖେଳାଳି ଏବଂ 8 ଜଣ ସପୋର୍ଟ ଷ୍ଟାଫ ରହିବେ । ସେହିପରି ମହିଳା ଦଳ ପକ୍ଷରୁ ମଧ୍ୟ 24 ଜଣ ଖେଳାଳି ଏବଂ 7 ଜଣ ସପୋର୍ଟ ଷ୍ଟାଫ ରହିବେ । ଏହି କ୍ୟାମ୍ପ ଆୟୋଜନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ଖେଳାଳି ଏବଂ ସପୋର୍ଟ ଷ୍ଟାଫ ମାନଙ୍କ ପାଇଁ କ୍ଵାରେନଟିନରେ ରହିବାର ବ୍ୟବସ୍ଥା କରାଯାଇଛି ।
ସେହିପରି ସମସ୍ତ ଖେଳାଳି ଯେଉଁ ହଷ୍ଟେଲ ମାନଙ୍କରେ ରହିବେ ସେଗୁଡିକୁ ସାନିଟାଇଜ କରାଯାଇଛି । କରୋନା ଟେଷ୍ଟର ମଧ୍ୟ ସୁବିଧା କରାଯାଇଛି । କ୍ୟାମ୍ପ ଚାଲିଥିବା ସମୟରେ ଯଦି କୌଣସି ଖେଳାଳି କିମ୍ବା ଅଫିସିଆଲ ଷ୍ଟାଫ ପଜିଟିଭ ଚି଼ହ୍ନଟ ହୁଅନ୍ତି ସେମାନଙ୍କୁ ରଖିବା ନିମନ୍ତେ ସ୍ୱତନ୍ତ୍ର ଆଇସୋଲେସନ ହଲର ବ୍ୟବସ୍ଥା କରାଯାଇଛି ବୋଲି ସ୍ପୋର୍ଟ୍ସ ଅଥେରେଟି ଅଫ ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି ।