ଜାତୀୟ ଫେଡେରେଶନ ପକ୍ଷରୁ ପ୍ରଥମ ରାଉଣ୍ଡରେ ୨୪ ଖେଳାଳିଙ୍କୁ ଢାକାରେ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷା ପରେ ବୁଧବାର ଦିନ ଚାରିଜଣ, ଗୁରୁବାର ଏବଂ ଶୁକ୍ରବାର ଦିନ ସାତ ଜଣ ଲେଖାଁଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କୁ ଅଲଗା ସ୍ଥାନରେ ରଖାଯାଇଛି ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି ।
ବାଂଲାଦେଶ ଗଣମାଧ୍ୟମ ରିପୋର୍ଟ କରିଛି ଯେ କିଛି ଖେଳାଳି ଚିନ୍ତିତ ଥିଲେ କିନ୍ତୁ କୋଚ୍ ଜାମି ଡେ ସେମାନଙ୍କୁ ବୁଝାଇବା ସହ ସେମାନେ ସୁସ୍ଥ ହୋଇଯିବେ ଏବଂ ସେମାନଙ୍କ ପାଖରେ ପ୍ରସ୍ତୁତି କରିବା ପାଇଁ ବହୁତ ସମୟ ଅଛି ବୋଲି କହିଛନ୍ତି । ବାଂଲାଦେଶର ପ୍ରଥମ ଯୋଗ୍ୟତା ପ୍ରର୍ଯ୍ୟାୟ ମୁକାବିଲା ଅକ୍ଟୋବର ୮ ରେ ସିଲେଟରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବ ।