ଗୌତମ ଗମ୍ଭୀର କୋଲକାତା ଦଳରୁ ବାଦ ପଡିବା ପରେ ଦିନେଶ କାର୍ତ୍ତିକଙ୍କୁ ଦଳର ଅଧିନାୟକ ଭାର ମିଳିଥିଲା । ଏଥର ଦଳ ମଧ୍ୟ ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗନ ( morgan)ଙ୍କୁ ଦଳରେ ସାମିଲ କରିଛି ।
କାର୍ତ୍ତିକଙ୍କ ମତରେ ସେ ପୂର୍ବରୁ ଖେଳିଥିବା ଟିମ ମଧ୍ୟରେ କୋଲକାତା ବେଷ୍ଟ. ଦଳ ଜିତୁ କିମ୍ବା ହାରୁ ଦଳର ମ୍ୟାନେଜମେଣ୍ଟର ସଦସ୍ୟ ମାନେ ସବୁବେଳେ ଖେଳାଳି ମାନଙ୍କୁ ଉତ୍ସାହିତ କରିଥାନ୍ତି । ଏହା ସହ କୋଲକାତା ଦଳ ଏକ ସନ୍ତୁଳିତ ଦଳ ବୋଲି କାର୍ତ୍ତିକ କହିଛନ୍ତି ।