ପାକିସ୍ତାନ ବ୍ୟାଟସମାନ ବାବର ଆଜମ ୮୨୯ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।
ସେହିପରି ଏକଦିବସୀୟ ବୋଲର ର୍ୟାଙ୍କିଗରେ ନ୍ୟୁଜଲାଣ୍ଡର ପେସର ଟ୍ରେଣ୍ଟ ବୋଲଟ ୭୨୨ ରେଟିଙ୍ଗ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ଭାରତୀୟ ସ୍ପିଡ ଷ୍ଟାର ଜଶପ୍ରୀତ ବୁମ୍ରା ୭୧୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତୃତୀୟରେ ସ୍ଥାନରେ ରହିଛନ୍ତି ଆଫଗାନିସ୍ତାନ ସ୍ପିନର ମୁଜିବୁର ରେହମାନ ।
ଦିନିକିଆ ଅଲରାଉଣ୍ଡର ସୂଚୀରେ ଆଫଗାନିସ୍ତାନର ମହମ୍ମଦ ନବୀ ଶୀର୍ଷରେ ରହିଥିବା ବେଳେ ଇଂଲଣ୍ଡ ଅଲରାଉଣ୍ଡର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭାରତୀୟ ଅଲରାଣ୍ଡର ରବୀନ୍ଦ୍ର ଜାଡେଜା ଏହି ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ଦଳ କଥା କହିଲେ ଇଂଲଣ୍ଡ ୧୨୭ ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ୧୧୯ ପଏଣ୍ଟ ସହ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ।