ଅର୍ଗସ ବ୍ୟୁରୋ: ଚେସର ବିଶ୍ୱ ଚାମ୍ପିଅନ ମାଗ୍ନୁସ୍ କାର୍ଲସେନ୍ ଲିଜେଣ୍ଟ ଅଫ ଚେସ ଟୁର୍ଣ୍ଣାମେଣ୍ଟରେ ଲଗାତାର 10ଟି ମ୍ୟାଚରେ ବିଜୟ ହାସଲ କରିଛନ୍ତି । କାଲି ଖେଳାଯାଇଥିବା ଏକ ମ୍ୟାଚରେ ଆଠ ଥର ରୁଷିଆ ଚାମ୍ପିଅନ ପିଟର ସିଡ଼ଲର ଙ୍କୁ 2.5-0.5 ପଏଣ୍ଟରେ ହରାଇଥିଲେ ମାଗ୍ନୁସ୍ କାର୍ଲସେନ୍ । ତେବେ ଆସନ୍ତାକାଲି ଫାଇନାଲରେ ଇଆନ୍ ନେପୋମନାଚଚି କିମ୍ବା ଅନିଶ ଗିରିଙ୍କ ସହ ମୁହାଁମୁହିଁ ହେବେ କାର୍ଲେସେନ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ବିଶ୍ୱନାଥ ଆନନ୍ଦ ମଧ୍ୟ ଖେଳିଛନ୍ତି ।
ଅର୍ଗସ ବ୍ୟୁରୋ: ଜନମାରଣ ନୀତି ସହିତ ଦୁର୍ନୀତି, ଭ୍ରଷ୍ଟାଚାର ବିରୋଦ୍ଧରେ ସାରା ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ ବିଜେପି ଗଣ ଆନ୍ଦୋଳନ ପନ୍ଥା ଆପଣେଇଛି। ସେହପରି ଭାବେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେପି ନେତା ସାରଦା ପ୍ରଧାନଙ୍କ ଆହ୍ୱାନ କ୍ରମେ ବରାହୀପୁର ଗ୍ରାମ ପଞ୍ଚାୟତ ଓ ପଂଚାୟତ ର ବିଜେପି ପକ୍ଷରୁ ଗଣ ଆନ୍ଦୋଳନ କରାଯାଇଛି ।
ପଞ୍ଚାୟତର ଶହ ଶହ ବିଜେପି କର୍ମକର୍ତ୍ତା ମାନେ ଗ୍ରାମ ପଞ୍ଚାୟତ ପରିକ୍ରମା କରିବା ସହ ବିଭିନ୍ନ ଛକ ମାନଙ୍କରେ ପଥପ୍ରାନ୍ତ ସଭା ମାଧ୍ୟମରେ ଗ୍ରାମ ପଞ୍ଚାୟତରେ ଘଟି ଯାଇଥିବା ଦୁର୍ନିତିମୂଳକ କାର୍ଯ୍ୟ ବିଷୟରେ ଲୋକ ମାନଙ୍କୁ ଅବଗତ କରାଇବା ସହ ରାଜ୍ୟରେ ଏଭଳି ଦୁର୍ନିତି ଯୁକ୍ତ ସରକାରକୁ ହରାଇକୁ ଦାବୀ କରିଥିଲେ। ବର୍ତମାନ ଓଡ଼ିଶାରେ ଓଡ଼ିଆ ମାନଙ୍କୁ ହତାଧର କରିବା ସହିତ ଅଣ ଓଡ଼ିଆକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେବା ସହିତ ସ୍ଥାନୀୟ ବିଧାୟକ ପ୍ରତାପ ଜେନା ବହୁ ଦୃନୀତି ଓ ମଡ଼ର କେଶ ରେ ସମ୍ପୃକ୍ତି ନେଇ ଅଭିଯୋଗ ଆଣିଥିଲେ ବିଜେପି କର୍ମୀ ମାନେ l
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ବ୍ଲକବଷ୍ଟର ମୁଭି 'ଜୱାନ'ର ସଫଳତା ପରେ ଏବେ ଚର୍ଚ୍ଚାରେ ରହୁଛନ୍ତି ଶାହରୁଖ ଖାନ. ନିଜର ଦମଦାର ଅଭିନୟକୁ ନେଇ ତାଙ୍କ ଫ୍ୟାନମାନଙ୍କ ଭିତରେ କ୍ରେଜ ବଢିବାରେ ଲାଗିଛି. ତେବେ ଶାହାରୁଖ ନିଜ ଏକ୍ସ ହ୍ୟାଣ୍ଡଲରେ "ଆକ୍ସ ଶାହରୁଖ"କୁ ନେଇ ଏକ ହ୍ୟାସଟ୍ୟାଗ ସହ ପୋଷ୍ଟ କରିଥିଲେ. ଯାହାକୁ ନେଇ ଜଣେ ଫ୍ୟାନ ତାଙ୍କ ନିଜ ଫୋଟୋ ମନ୍ନତ ସାମ୍ନାରେ ଛିଡା ହୋଇ ପୋଷ୍ଟ କରିବା ସହ ଲେଖିଥିଲେ, ଶାହାରୁଖ, ମୁଁ ବର୍ତ୍ତମାନ ଆପଣଙ୍କ ମନ୍ନତ ପାଖରେ ହିଁ ଅଛି. ସେଠାରେ ଆପଣଙ୍କ ଠାରୁ ବର୍ତ୍ତମାନ ମୁଁ ଗୋଟେ ହ୍ୟାଲୋ ଆଶା କରି ପାରିବି କି ? କିମ୍ବା ଟ୍ବିଟରରେ ଗୋଟେ ରିପ୍ଲାଏ ପାଇ ପାରିବି କି ?
Yaar main Mannat mein nahi hoon kaam par laga hua hoon. Just check all good there na??! Ha ha #Jawan https://t.co/Mc9LARrten — Shah Rukh Khan (@iamsrk) September 22, 2023
ତେବେ ଶାହରୁଖ ଏହାକୁ ନେଇ ମଜାଦାର ରିପ୍ଲାଇ ଦେଇଛନ୍ତି. ସେ ଲେଖିଛନ୍ତି, "ମୁଁ ବର୍ତ୍ତମାନ ମୋ କାମରେ ଅଛି, ମନ୍ନତରେ ନାହିଁ. ଚେକ କରନ୍ତୁ ତ ସେଠାରୁ ସବୁ ଠିକଠାକ ଅଛି କି ନାହିଁ". ଶାହାରୁଖଙ୍କ ଏହି ରିପ୍ଲାଇକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଲାଗି ରହିଛି. ଏହାକୁ ନେଇ ପୁଣିଥରେ ତାଙ୍କ ଫ୍ୟାନ ଲେଖିଛନ୍ତି, "ମୁଁ ବି ମଜା କରୁଥିଲି ସାର. ମୁଁ ମଧ୍ୟ ଏବେ କାମରେ ଅଛି. ଖୁବଶୀଘ୍ର ମନ୍ନତ ଆସୁଛି". ତେବେ ଶାହରୁଖଙ୍କ ଫିଲ୍ମ କଥା କହିଲେ, ଏବେ ଶାହରୁଖଙ୍କ ୨ ଟି ମୁଭି 'ପଠାନ' ଏବଂ 'ଜୱାନ' ବେଶ ସଫଳତା ପାଇଛି.
ଅର୍ଗସ ବ୍ୟୁରୋ: ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର କୁଚେ଼ଇବୁଢ଼ୀ ଠାରେ ଖୁବ୍ ଆନନ୍ଦର ସହିତ ଜଗତ ଜନନୀ ମା' ଲକ୍ଷ୍ମୀଙ୍କର କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ୧୮୬ଜଣ ଭକ୍ତ କଳସ ନେଇ ଆସିଥିଲେ।
ଏହି ଯାତ୍ରା ରାଇରଙ୍ଗପୁର ଖଡ଼ଖାଇ ନଈରୁ ଆରମ୍ଭ କରି କୁଚେ଼ଇବୁଢ଼ୀ ସ୍ଥିତ ଲକ୍ଷ୍ମୀ ମଣ୍ଡପ ଠାରେ ଶେଷ ହୋଇଥିଲା। ତେବେ ମୁଖ୍ୟ ପୂଜକଙ୍କ କହିବା ଅନୁସାରେ ଆଜକୁ ବାୟାଳିସ ବର୍ଷ ପୂର୍ବରୁ ଏଠାରେ ପୂଜାର୍ଚ୍ଚନା ହୋଇ ଆସୁଥିବା ବେଳେ କୌଣସି ଭବ୍ୟ ମନ୍ଦିର ହୋଇ ପାରିନଥିଲା ତେବେ କମିଟି ମେମ୍ବର ଏବଂ ରାଇରଙ୍ଗପୁର ବାସୀଙ୍କ ସହଯୋଗରେ ଏହି ମନ୍ଦିରଟି ନିର୍ମାଣ ହୋଇଅଛି। ଏହି ଯାତ୍ରାଟି ରାଇରଙ୍ଗପୁର ପୋଲିସଙ୍କ ସୁରକ୍ଷାରେ ସଫଳ ହୋଇଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର