ସେ ନିଜର ୨୦ ବର୍ଷ କ୍ୟାରିଅର ମଧ୍ୟରେ ୬୮ ଟି ପ୍ରଥମ ଶ୍ରେଣୀ ମ୍ୟାଚ ଏବଂ ୬୪ ଟି ଲିଷ୍ଟ- ଏ ମ୍ୟାଚ ଖେଳି ୩୮୨୮ ଏବଂ ୧୫୪୫ ରନ ସ୍କୋର କରିଛନ୍ତି । ଏହା ସହ ପ୍ରଥମ ଶ୍ରେଣୀ କ୍ରିକେଟରେ ୭୬ ଟି ୱିକେଟ ଏବଂ ଲିଷ୍ଟ-ଏ କ୍ରିକେଟରେ ୩୩ ଟି ୱିକେଟ ହାସଲ କରିଛନ୍ତି । ୬୦ ଟି ଟି-ଟ୍ୱେଣ୍ଟି ମ୍ୟାଚରୁ ମଧ୍ୟ ସେ ୪୩୯ ରନ କରିଥିବାବେଳେ ୪୫ ଟି ୱିକେଟ ନେଇଛନ୍ତି । ସେହିପରି ବିଭିନ୍ନ ଟିମ ପକ୍ଷରୁ ଆଇପିଏଲରେ ପ୍ରତିନିଧିତ୍ୱ କରିଛନ୍ତି । ସେ ୯୫ ଟି ଆଇପିଏଲ ମ୍ୟାଚରୁ ୩୪୨ ରନ ସ୍କୋର କରିଥିବାବେଳେ ୭୧ ଟି ୱିକେଟ ନେଇଛନ୍ତି । ୨୦୧୨ରେ ଆଇପିଏଲ ବିଜେତା ସଦସ୍ୟ ଥିଲେ ରଜତ ଭାଟିଆ ।
ଘରୋଇ କ୍ରିକେଟକୁ ଅଲବିଦା କଲେ ଭେଟେରାନ ଅଲରାଉଣ୍ଡର ରଜତ ଭାଟିଆ

ଅର୍ଗସ ବ୍ୟୁରୋ: ଭାରତର ଘରୋଇ କ୍ରିକେଟର ଜଣେ ଭେଟେରାନ ଅଲରାଉଣ୍ଡର ଭାବେ ଜଣାଶୁଣା ରଜତ ଭାଟିଆ ଘରୋଇ କ୍ରିକେଟରୁ ନିଜର ଅବସର ଘୋଷଣା କରିଛନ୍ତି । ଦିଲ୍ଲୀର ଏହି ଷ୍ଟାର ଅଲରାଉଣ୍ଡର ଦୀର୍ଘ ୨୦ ବର୍ଷ ଧରି ଘରୋଇ କ୍ରିକେଟ ଖେଳିଛନ୍ତି । ୨୦୦୦ ମସିହାରେ ତାମିଲନାଡୁ ପାଇଁ କ୍ରିକେଟ ଖେଳିବା ଆରମ୍ଭ କରିଥିବା ଏହି ଅଲରାଉଣ୍ଡର ପରେ ଦିଲ୍ଲୀ ଏବଂ ଉତ୍ତରାଖଣ୍ଡ ଦଳ ପକ୍ଷରୁ ମଧ୍ୟ ରଣଜୀ ଖେଳିଛନ୍ତି ।
Download Argus News App
