୨୦୦୫ରେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଆରମ୍ଭ କରିଥିବା ଡିଣ୍ଡା ନିଜର କ୍ୟାରିୟର ଭିତରେ ୧୧୬ଟି ପ୍ରଥମ ଶ୍ରେଣୀ ମ୍ୟାଚରୁ ୪୨୦ଟି ୱିକେଟ ହାସଲ କରିଛନ୍ତି । ଭାରତ ପକ୍ଷରୁ ଡିଣ୍ଡା ୧୩ଟି ଏକଦିବସୀୟ ମ୍ୟାଚ ଏବଂ ୯ଟି ଟି-୨୦ ମ୍ୟାଚ ଖେଳି ଯଥାକ୍ରମେ ୧୨ ଓ ୧୭ ଟି ୱିକେଟ ହାସଲ କରିଛନ୍ତି । ସେହିପରି ବିଭିନ୍ନ ଫ୍ରାଞ୍ଚାଇଜ ପକ୍ଷରୁ ୭୮ଟି ଆଇପିଏଲ ମ୍ୟାଚ ଖେଳି ଡିଣ୍ଡା ୬୯ଟି ୱିକେଟ ହାସଲ କରିଥିଲେ ।
କ୍ରିକେଟକୁ ବାଏ ବାଏ କହିଲେ ଅଶୋକ ଡିଣ୍ଡା, ଏନେଇ ସୂଚନା ଦେଇଛନ୍ତି ଡିଣ୍ଡା
ନୂଆଦିଲ୍ଲୀ: କ୍ରିକେଟର ସମସ୍ତ ଫର୍ମାଟକୁ ପୂର୍ବତନ ଭାରତୀୟ ଫାଷ୍ଟ ବୋଲର ଅଶୋକ ଡିଣ୍ଡାଙ୍କ ବାଏ ବାଏ । ୩୬ବର୍ଷୀୟ ଡିଣ୍ଡା ଏହି ସୂଚନା ଦେଇଛନ୍ତି । ସେ ନିଜର ଅବସର ନିଷ୍ପତ୍ତି ଭାରତୀୟ କ୍ରିକେଟ ବୋର୍ଡ଼ ଏବଂ ଗୋଆ କ୍ରିକେଟ ଆସୋସିଏସନକୁ ମେଲ ଯୋଗେ ପଠାଇଥିବା କଥା ଡିଣ୍ଡା କହିଛନ୍ତି । ଏହା ସହ ତାଙ୍କ କ୍ୟାରିୟର ଗଠନରେ ସାହାଯ୍ୟ କରିଥିବା ପୂର୍ବତନ ଭାରତୀୟ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।
Download Argus News App
