ଖୋଲା ହେବକି ମହାପ୍ରଭୁଙ୍କ ରତ୍ନଭଣ୍ଡାର
ଅର୍ଗସ ବ୍ୟୁରୋ: ଭାରତୀୟ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ଵିନ ଉଭୟ ବ୍ୟାଟ ଓ ବଲରୁ ଉଚ୍ଚକୋଟିର ପ୍ରଦର୍ଶନ ହେତୁ ଟେଷ୍ଟ ଅଲରାଉଣ୍ଡର ର୍ୟାଙ୍କିଙ୍ଗରେ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। ତେବେ ଅଧିନାୟକ ବିରାଟ କୋହଲି ବ୍ୟାଟ୍ସମ୍ୟାନ ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି। ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଅଶ୍ଵିନୀ ଶତକୀୟ ଇଂନିସ ଖେଳିବା ସହ ଆଠଟି ଉଇକେଟ ହାସଲ କରିଥିଲେ।
ଅଲରାଉଣ୍ଡର ର୍ୟାଙ୍କିଙ୍ଗରେ 336 ଅଙ୍କ ସହିତ ସେ ପଞ୍ଚମ ସ୍ତାନରେ ରହିଚନ୍ତି। ଓ୍ଵେଷ୍ଟଇଣ୍ଡିଜର ଜେସନ ହୋଲଡର ଏହି ତାଲିକାରେ 407 ଅଙ୍କ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପରେ 403 ଅଙ୍କ ସହ ଭାରତୀୟ ଅଲରାଉଣ୍ଡର ଜାଡେଜା ଦ୍ଵିତୀୟ ସ୍ଥାନରେ ଅଛନ୍ତି। ସେହିପରି ଇଂଲଣ୍ଡର ବେନ ଷ୍ଟୋକ୍ସ ତୃତୀୟ ସ୍ଥାନରେ ଥିବାବେଳେ, ବାଂଲାଦେଶୀ ସାକିବ ଅଲ ହସନ ଚତୁର୍ଥ ସ୍ଥାନରେ ଅଛନ୍ତି।