ଆଶ୍ଚର୍ଯ୍ୟକର କଥା ହେଉଛି ଡାନିଏଲ୍ ଏକ ଦୂରାରୋଗ୍ୟ ଯନ୍ତ୍ରଣା ସହ ଲଢେଇ କରୁଛନ୍ତି । କମ୍ପ୍ଲେକ୍ସ ରିଜିଓନାଲ୍ ପେନ୍ ସିଣ୍ଡ୍ରୋମ୍ ରେ ସେ ପୀଡିତ । ଏହା ଏକ ପୁରୁଣା ସ୍ଥିତି । 12 ବର୍ଷ ବୟସରେ ତାଙ୍କ ବାହୁ ଭାଙ୍ଗିବା ପରଠୁ ସେ ଏହି ଯନ୍ତ୍ରଣାର ସମ୍ମୁଖୀନ ହୋଇଆସୁଛନ୍ତି ବୋଲି ଗିନିଜ୍ ବିଶ୍ୱ ରେକର୍ଡସ ସୂଚନା ଦେଇଛି ।
ଡାନିଏଲ କହନ୍ତି ମସ୍ତିଷ୍କ ମୋର ବାହୁକୁ ଭୁଲ ବାର୍ତ୍ତା ଦେଉଛି । ଏହାଫଳରେ ଅତି କୋମଳ ସ୍ପର୍ଶ, ଗତିବିଧି, ପବନ କିମ୍ବା ଜଳ ସଂସ୍ପର୍ଶରେ ଆସିଲେ ମୋତେ ଯନ୍ତ୍ରଣା ଦେଉଛି । ପ୍ରଥମେ ଏହି ଯନ୍ତ୍ରଣା ପାଇଁ ମାସ ମାସ ଧରି ମୋତେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡୁଥିଲା । ପୀଡା କମାଇବା ପାଇଁ ବାମ ହାତରେ ଲୋକାଲ୍ ଆନେସ୍ଥେଟିକ୍ ଦେବାକୁ ପଡୁଥିଲା । କିନ୍ତୁ ଶାରୀରିକ ବ୍ୟାୟାମ ଓ ଫିଟ୍ ନେସ୍ ଜରିଆରେ ନିଜ ଯନ୍ତ୍ରଣାକୁ ପ୍ରଗତିରେ ରୂପାନ୍ତରିତ କରିବାକୁ ସେ ଏକ ମାର୍ଗ ଖୋଜି ପାଇଲେ । ଏହାପରେ ସେ ପୁଶ୍-ଅପ୍ ଅଭ୍ୟାସ କଲେ ।
ଖେଳ ଖବର ଆହୁରି ପଢନ୍ତୁ ।