ସହାୟତା ଅପେକ୍ଷାରେ ଅକ୍ଷୟ ...
ଅର୍ଗସ ବ୍ୟୁରୋ : ଜାନୁଆରୀ 7 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବଡ଼ର - ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ। ଏହି ମ୍ୟାଚରେ ଭାରତୀୟ ଓପନର ରୋହିତ ଶର୍ମା ଦଳକୁ ଫେରିବାର ସମ୍ଭାବନା ରହିଛି। ତେବେ ଅଷ୍ଟ୍ରେଲିଆ ଦଳ ଜଲଦି କିପରି ରୋହିତଙ୍କ ୱିକେଟ ନେଇ ପାରିବ ସେଥିପାଇଁ ପୁରା ଯୋଜନା ପ୍ରସ୍ତୁତ କରିସାରିଛି। ସେହିପରି ନିଜର ସ୍ପିନ ଜାଲରେ ଅଷ୍ଟ୍ରେଲିଆ ବ୍ୟାଟସମାନଂକୁ ଅଡୁଆରେ ପକାଉଥିବା ଅଶ୍ୱିନକୁ ମଧ୍ୟ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ବ୍ୟାଟସମାନମାନେ କଡା ଜବାବ ଦେବେ ବୋଲି ଅଷ୍ଟ୍ରେଲିଆ ଅଫ ସ୍ପିନର ନାଥାନ ଲିୟନ କହିଛନ୍ତି।