ଏହି ସମ୍ପର୍କରେ ବିସିସିଆଇର ଅଧିକାରୀ ମାନେ ଭାରତୀୟ ଅଲମ୍ପିକ ଆସୋସିଏସନ ସହ କଥା ହୋଇଥିବାର ସୂଚନା ମିଳିଛି। କେବଳ 2028 ଲସଆଞ୍ଜେଲସ ଅଲମ୍ପିକ ନୁହେଁ 2029 ରେ ବର୍ମିହାମ କମନୱେଲଥ ଗେମରେ ମଧ୍ୟ ଭାରତୀୟ କ୍ରିକେଟ ଟିମ ଯୋଗଦେବ।
ଅର୍ଗସ ବ୍ୟୁରୋ: ଆଗାମୀ 2028 ଲସଆଞ୍ଜେଲସ ଅଲମ୍ପିକରେ ଯୋଗଦେବେ ଉଭୟ ଭାରତୀୟ ମହିଳା ଏବଂ ପୁରୁଷ ଟିମ। ଦଳ ଯୋଗଦାନ କରିବେ ବୋଲି ଭାରତୀୟ କ୍ରିକେଟ ବୋର୍ଡ଼ ପକ୍ଷରୁ ସୂଚନା ମିଳିଛି। ବିସିସିଆଇ ଦ୍ୱାରା ବସିଥିବା ଏକ ଆପେକ୍ସ ମିଟିଙ୍ଗରେ ଏହା ଘୋଷଣା କରାଯାଇଛି। ତେବେ ଭାରତୀୟ କ୍ରିକେଟ ଦଳ ଏହିପରି ମେଗା ଇଭେଣ୍ଟରେ ଯୋଗଦାନ କରିବା ଦ୍ୱାରା ଭାରତୀୟ ଖେଳାଳିଙ୍କ ଦକ୍ଷତା ଆହୁରି ବିକାଶ ହେବ ବୋଲି ଭାରତୀୟ କ୍ରିକେଟ ବୋର୍ଡ଼ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଏହି ସମ୍ପର୍କରେ ବିସିସିଆଇର ଅଧିକାରୀ ମାନେ ଭାରତୀୟ ଅଲମ୍ପିକ ଆସୋସିଏସନ ସହ କଥା ହୋଇଥିବାର ସୂଚନା ମିଳିଛି। କେବଳ 2028 ଲସଆଞ୍ଜେଲସ ଅଲମ୍ପିକ ନୁହେଁ 2029 ରେ ବର୍ମିହାମ କମନୱେଲଥ ଗେମରେ ମଧ୍ୟ ଭାରତୀୟ କ୍ରିକେଟ ଟିମ ଯୋଗଦେବ।