ଅକ୍ଟୋବର ମାସରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି। ଆହତ ସମସ୍ୟା ଯୋଗୁ ଟିମର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଯାଇ ପାରିବେ ନାହିଁ। ଏସିଆ କପର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିଥିବା ଜାଡେଜା ଆଣ୍ଠୁ ଜନିତ ସମସ୍ୟା ଯୋଗୁ ସୁପର ୪ରୁ ବାଦ ପଡ଼ିଥିଲେ।ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ତୁରନ୍ତ ଦୁବାଇରୁ ମୁମ୍ବାଇ ଆସି ଅସ୍ତ୍ରୋପଚାର କରିଥିଲେ।
ଅସ୍ତ୍ରୋପଚାର ସଫଳ ହୋଇଥିଲେ ମଧ୍ୟ ସେ କେବେ ସୁସ୍ଥ ହେବେ, ତା’ ଖବର କାହା ପାଖରେ ନାହିଁ। ତେଣୁ ସେ ଟି-୨୦ ବିଶ୍ୱକପ ଖେଳିବାକୁ ଅଷ୍ଟ୍ରେଲିଆ ଯାଇ ପାରିବେ ନାହିଁ।ତେବେ ଏସିଆ କପ ଚାଲିଥିବା ବେଳେ ଜାଡେଜା କେମିତି ହଠାତ୍ ଏତେ ବଡ଼ ଆହତ ସମସ୍ୟାରେ ପଡ଼ିଲେ, ତା’କୁ ନେଇ କ୍ରିକେଟ ପଣ୍ଡିତ ଓ ଫ୍ୟାନ୍ସ ପ୍ରଶ୍ନ ଉଠାଇଛନ୍ତି। ଜାଡେଜା ଗ୍ରୁପ୍ ପର୍ୟ୍ୟାୟ ମ୍ୟାଚ୍ ପରେ ସାଥୀ ଖେଳାଳିଙ୍କ ସହ ଦୁବାଇର ସମୁଦ୍ରରେ ଜଳକ୍ରୀଡ଼ା କରୁଥିଲେ। ଏହି ସମୟରେ ଜାଡେଜାଙ୍କ ଗୋଡ଼ ଖସି ଯିବାରୁ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଏହା ଅତ୍ୟନ୍ତ ଗୁରୁତର ଥିବାରୁ ସେ ସର୍ଜରୀ କରିଛନ୍ତି।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।